ସିବିଆଇ ରେଡକୁ ନେଇ ଚାଲିଛି ଛକାପଞ୍ଛା । ଘଟଣାକୁ ନେଇ ଜୋରଦାର ହେଲାଣି ରାଜନୀତି । ସେପଟେ ମୁଖ୍ୟମନ୍ତ୍ରୀ ନିତଦ ପ୍ରତିକ୍ରିୟା ରଖିଥିବାବେଳେ, ଏପଟେ କେଜ୍ରିୱାଲଙ୍କୁ ଟାର୍ଗେଟ କଲେଣି ବିଜେପି ସାଂସଦ ଗୌତମ ଗମ୍ଭୀର । ସେ ଆମ୍ ଆଦମୀ ପାର୍ଟିର ସରକାରକୁ କଟାକ୍ଷ କରିଛନ୍ତି । ଏବଂ କହିଛନ୍ତି ଯେ ଦିଲ୍ଲୀରେ ଏକ ଠକ ଗୋଷ୍ଠୀଙ୍କ ସରକାର ଚାଲିଛି ଓ ଏହାର ନେତୃତ୍ୱ ନେଉଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହାସହ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରି ଗମ୍ଭୀର କହିଛନ୍ତି କି, ଦିଲ୍ଲୀ ସରକାର ଟିକସ ନାମରେ ଲୋକମାନଙ୍କଠୁ କୋଟି କୋଟି ଟଙ୍କା ଆଦାୟ କରୁଛନ୍ତି । ଏହି ଟଙ୍କାର ମାତ୍ର କିଛି ପ୍ରତିଶତ ସେମାନେ କିଛି ମାଗଣା ଯୋଜନାରେ ବିନିଯୋଗ କରନ୍ତି ଓ ବାକି ଟଙ୍କାକୁ ସେମାନେ ନିଜ ବ୍ୟାଙ୍କ ଖାତାରେ ଜମା କରିଥାନ୍ତି । ଏହା ସହ ପଞ୍ଜାବ ନିର୍ବାଚନ ବେଳେ ନୂଆ ଅବକାରୀ ନୀତି ପ୍ରଣୟନ କରି ହଜାର ହଜାର କୋଟି ଟଙ୍କା ଚାନ୍ଦା ଉଠାଇ ପଞ୍ଜାବ ନିର୍ବାଚନରେ ଖର୍ଚ୍ଚ କରିଛନ୍ତି ବୋଲି ଗମ୍ଭୀର ଅଭିଯୋଗ ଆଣିଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ