ଆମ୍ ଆଦମୀ ପାର୍ଟି ତଥା ‘ଆପ୍’କୁ ମିଳିଲା ଜାତୀୟ ଦଳର ମାନ୍ୟତା । ଏହି ମାନ୍ୟତା ପ୍ରଦାନ କଲେ ନିର୍ବାଚନ କମିଶନ । ଏହାସହ ଅନ୍ୟ ୩ଟି ପାର୍ଟିରୁ ଜାତୀୟ ଦଳ ମାନ୍ୟତାକୁ ପ୍ରତ୍ୟାହାର କରିନେଇଛନ୍ତି ନିର୍ବାଚନ କମିଶନ । ସେହି ଦଳ ଗୁଡ଼ିକ ହେଉଛି, ଶରଦ ପାୱାରଙ୍କ ଏନସିପି, ତୃଣମୂଳ କଂଗ୍ରେସ ତଥା ଟିଏମସି ଏବଂ ସିପିଆଇ । ଏହି ୩ଟି ଦଳ ଉପରୁ ଜାତୀୟ ଦଳର ମାନ୍ୟତାକୁ ନିର୍ବାଚନ କମିଶନ ପ୍ରତ୍ୟାହାର କରିନେଇଛନ୍ତି । ଗତକିଛି ଦିନ ତଳେ ଆମ ଆଦମୀ ପାର୍ଟିକୁ ଜାତୀୟ ଦଳର ମାନ୍ୟତା ପାଇଁ କର୍ଣ୍ଣାଟକ ହାଇକୋର୍ଟରେ ଏକ ପିଟିସନ ଦାଖଲ ହୋଇଥିଲା । ଯେଉଁଥିରେ ଦର୍ଶାଯାଇଥିଲା ଯେ, ଜାତୀୟ ମାନ୍ୟତାରେ ବିଳମ୍ବ ହେଉଥିବାରୁ ନିର୍ବାଚନ ଲଢ଼ିବା ପାଇଁ ପ୍ରତିବନ୍ଧକ ସାଜୁଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ