ରାଷ୍ଟ୍ରପତିଙ୍କୁ ଭେଟିଲେ ଜାତିସଂଘ ସୁରକ୍ଷା ପରିଷଦର ଆତଙ୍କବାଦ ବିରୋଧୀ କମିଟିର ପ୍ରତିନିଧି । ରାଷ୍ଟ୍ରପତି କହିଛନ୍ତି ଯେ, ଆତଙ୍କବାଦ ବିରୋଧରେ ଲଢେଇ କରିବା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ । ଦଶନ୍ଧି ଧରି ଭାରତ ଆତଙ୍କବାଦର ଶିକାର ହୋଇଆସୁଛି । ରାଷ୍ଟ୍ରପତି ଭବନ ଦ୍ୱାରା ଜାରି ହୋଇଥିବା ବିବୃତି ଅନୁଯାୟୀ ରାଷ୍ଟ୍ରପତି ଆତଙ୍କବାଦୀଙ୍କ ପ୍ରତି ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରାଯିବା ଉଚିତ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ଭାରତ ହେଉଛି ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ଏବଂ ବିଶ୍ୱର ସବୁଠାରୁ ଖୋଲା ଏବଂ ବିବିଧ ସମାଜ ମଧ୍ୟରୁ ଅନ୍ୟତମ । ଏହି ବୈଠକରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଉପସ୍ଥିତ ଥିଲେ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ