୨୦୩୫ ସୁଦ୍ଧା ପ୍ରାୟ ୧, ୫୦୦ ପରମାଣୁ ଅସ୍ତ୍ର ତିଆରି କରିବ ଚୀନ୍ । ପେଣ୍ଟାଗନ୍ ରିପୋର୍ଟରେ ଏନେଇ ସୂଚନା ପ୍ରକାଶ ପାଇଛି । ବର୍ତ୍ତମାନ ଚୀନର ଆଣବିକ ଅସ୍ତ୍ରଶସ୍ତ୍ରର ସଂଖ୍ୟା ପାଖାପାଖି ୪୦୦ ରହିଛି । ପେଣ୍ଟାଗନ୍ ରିପୋର୍ଟରେ ଦାବି କରାଯାଇଛି ଯେ ୨୦୩୫ ସୁଦ୍ଧା ଚୀନ୍ ପାଖରେ ୧୫୦୦ ପରମାଣୁ ଅସ୍ତ୍ର ନିର୍ମାଣ କରିବ । ଚୀନ୍ ନିଜର ଆଣବିକ ଶକ୍ତିର ଆଧୁନିକୀକରଣକୁ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛି । ଜାତୀୟ ପ୍ରତିରକ୍ଷା ଏବଂ ସଶସ୍ତ୍ର ସେନାର ଆଧୁନିକୀକରଣ କରିବା ପାଇଁ ‘ପିପୁଲ୍ସ୍ ଲିବରେସନ୍ ଆର୍ମି’ ଯୋଜନା କରୁଛି । ଚୀନ ସେନା ଉପରେ ‘ପେଣ୍ଟାଗନ୍’ର ବାର୍ଷିକ ରିପୋର୍ଟ ଉନ୍ମୋଚନ ବେଳେ ଏକ ସାମ୍ବାଦିକ ସମ୍ମିଳନୀରେ ଜଣେ ଉଚ୍ଚପଦସ୍ଥ ଆମେରିକୀୟ ପ୍ରତିରକ୍ଷା ଅଧିକାରୀ କହିଛନ୍ତି, ଏନେଇ ଦ୍ରୁତ ବେଗରେ କାମ ଚାଲିଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍