ଆଜିଠୁ ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ୟୁକ୍ରେନର ଅତିରିକ୍ତ ବିଦେଶ ମନ୍ତ୍ରୀ ଏମିନି ଡିଜାପୋର୍ଭା । ଋଷ ଓ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ୟୁକ୍ରେନର କୌଣସି ମନ୍ତ୍ରୀ ପ୍ରଥମ ଥର ପାଇଁ ଭାରତ ଆସୁଛନ୍ତି । ଏମିନି ଏହି ଗସ୍ତ ସମୟରେ ଭାରତର ବୈଦେଶିକ ମନ୍ତ୍ରାଳୟ ସହ ବ୍ୟାପକ ଆଲୋଚନା କରିବେ ବୋଲି ସ୍ପଷ୍ଟ ହୋଇଛି । ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୟୁକ୍ରେନ୍ ଯିବା ପାଇଁ ନିମନ୍ତ୍ରଣ କରିବେ ବୋଲି ଜଣାପଡ଼ିଛି । ଭାରତ ଓ ୟୁକ୍ରେନ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଓ ବିଶ୍ବ ସମସ୍ୟା ନେଇ ଆଲୋଚନା ହେବ । ଋଷର ଆକ୍ରମଣ ଯୋଗୁଁ ୟୁକ୍ରେନର ହୋଇଥିବା କ୍ଷତି ସମ୍ପର୍କରେ ସବିଶେଷ ତଥ୍ୟ ଦେବେ ଏମିନି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ