ଆଜିଠୁ ଶିମିଳିପାଳରେ ବନ୍ୟପ୍ରାଣୀଙ୍କ ଗଣନା । ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ପ୍ରତିଦିନ ସକାଳ ୯ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବାଘ ଗଣନା ହେବ । ବାଘ ସମେତ ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ ଓ ପକ୍ଷୀଙ୍କର ହେବ ଗଣନ। । ଏଥିପାଇଁ ଲାଗିଛି ୪୫୦ରୁ ଅଧିକ ଟ୍ରାପ କ୍ୟାମେରା । ବିସ୍ତୃତ ଅଞ୍ଚଳ ହୋଇଥିବାରୁ ୩ଟି ପର୍ଯ୍ୟାୟରେ ଟ୍ରାପ କରାଯିବ । ବାଘଙ୍କ ପାଦ, ରଙ୍ଗ, ଗଛରେ ରାମ୍ପୁଡା ଦାଗରୁ ଡିଏନଏ ନମୁନା ସଂଗ୍ରହ କରାଯିବ । ଜାନୁଆରୀ ୩୧ ସୁଦ୍ଧା ଏ ସମ୍ପର୍କରେ ପୂର୍ଣ୍ଣାଙ୍ଗ ରିପୋର୍ଟ କେନ୍ଦ୍ରକୁ ଦିଆଯିବ । ଶିମିଳିପାଳରେ ମୋଟ୍ ୨୦୦ଟି ବିଟ୍ ରହିଛି । ଆଉ ପ୍ରତି ବିଟରେ ୨-୩ କର୍ମଚାରୀ ଏହି ଗଣନା କାମରେ ନିୟୋଜିତ ହେବେ । କେବଳ ବାଘ ଗଣତିରେ ୭୦୦ରୁ ୮୦୦ ବନ କର୍ମଚାରୀ ନିୟୋଜିତ ରହିବେ ।
More Stories
ଆଗାମୀ 3 ଘଣ୍ଟା ଗୁରୁତ୍ବପୂର୍ଣ୍ଣ, ସାବଧାନ ରୁହନ୍ତି ଏହି 5 ଜିଲ୍ଲା
ନିଯୁକ୍ତି ପାଇବେ ୬୦୨୫ଟି ଲିଭ ଟ୍ରେନିଂ ରିଜର୍ଭ (ଏଲଟିଆର) ଶିକ୍ଷକ
ମହିଳା ଆୟୋଗରେ ଭର୍ତ୍ତି ଥିବା ବିଜେଡି ନେତ୍ରୀଙ୍କୁ ବରଖାସ୍ତ କଲେ ମୋହନ