ସରିଲା ଘୋଷଯାତ୍ରା । ନୀଳକନ୍ଦରକୁ ବାହୁଡ଼ି ଆସିଛନ୍ତି ମହାପ୍ରଭୁ । ଶ୍ରୀଜୀଉମାନେ ନୀଳକନ୍ଦରରେ ବିରାଜମାନ କରିଛନ୍ତି । ରତ୍ନସିଂହାସନରେ ଏବେ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂରତି । ଏହାସହ ଆଜିଠୁ ନୀଳାଦ୍ରୀ ଅବଢ଼ା ମଧ୍ୟ ଭକ୍ତମାନେ ପାଇପାରିବେ । ରୁନ୍ଧା ନୀତି ସରିବା ପରେ ରତ୍ନସିଂହାସନ ଉପରେ ଅନ୍ୟାନ୍ୟ ଦୈନନ୍ଦିନ ନୀତି ସମ୍ପାଦନ କରାଯିବ । ଏହାପରେ ଭକ୍ତମାନଙ୍କ ପାଇଁ ସାହାଣମେଲା କରାଯିବ । ପୁଣି ଥରେ ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ରହିଛି । ଦର୍ଶନ ଶୃଙ୍ଖଳିତ କରିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା