ଆଜିଠୁ ଯୁକ୍ତଦୁଇ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା । ଗତକାଲି ସେକେଣ୍ଡ କଟ୍ ଅଫ ମାର୍କ ପ୍ରକାଶ ପାଇଥିଲା । ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଆଜିଠୁ ୨୨ ତାରିଖ ପର୍ଯ୍ୟନ୍ତ ନାମ ଲେଖାଇ ପାରିବେ । ଦ୍ବିତୀୟ ପର୍ଯ୍ୟାୟରେ ମୋଟ ୭୦ ହଜାର ୧୦୫ ଜଣ ଛାତ୍ରଛାତ୍ରୀ ଆଡମିଶନ ପାଇଁ ମନୋନୀତ ହୋଇଛନ୍ତି । କଳାରେ ୪୯ ହଜାର ୭୦ ଛାତ୍ରଛାତ୍ରୀଙ୍କୁ ମିଳିଛି ଇଣ୍ଟିମେସନ୍ ଲେଟର । ସେହିପରି ବାଣିଜ୍ୟରେ ୩ ହଜାର ୧୮୨, ବିଜ୍ଞାନରେ ୧୬ ହଜାର ୯୨୭ ଛାତ୍ରଛାତ୍ରୀ ନାମ ଲେଖାଇବା ପାଇଁ ମନୋନୀତ ହୋଇଛନ୍ତି । ନାମଲେଖା ପରେ ବଳକା ସିଟ୍ ପାଇଁ ହେବ ସ୍ପଟ୍ ସିଲେକସନ । ସେପଟେ ୨୭ ତାରିଖରେ ପ୍ରକାଶ ପାଇବ ତାଲିକା । ଏବଂ ୨୯ ରୁ ୩୧ ପର୍ଯ୍ୟନ୍ତ ହେବ ସ୍ପଟ୍ ନାମଲେଖା । ତେବେ ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୪୩ ହଜାର ୭୬୯ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି ।
“The eyes believe themselves, the ears believe other people.”
More Stories
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍