ଆଜିଠୁ ମହଙ୍ଗା ହେଲା ଓମଫେଡ୍ କ୍ଷୀର । ଓମଫେଡ୍ କ୍ଷୀର ଉପରେ ବର୍ଦ୍ଧିତ ଦର ଲାଗୁ ହୋଇଛି । ଲିଟର ପିଛା ୪ ଟଙ୍କା ବୃଦ୍ଧି ପାଇଛି ଓମଫେଡ୍ କ୍ଷୀର ଦର । ବର୍ଦ୍ଧିତ ମୂଲ୍ୟର ସିଂହ ଭାଗ ପାଇବେ ଦୁଗ୍ଧଚାଷୀ । ବର୍ଦ୍ଧିତ ୪ ଟଙ୍କାରୁ ଦୁଗ୍ଧଚାଷୀଙ୍କୁ ସିଧାସଳଖ ମିଳିବ ୩ ଟଙ୍କା ୫୦ ପଇସା । ଗୋଖାଦ୍ୟ ସମେତ ଗୋପାଳନ ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀର ଦରଦାମ ବୃଦ୍ଧି ଦୃଷ୍ଟିରୁ କ୍ଷୀର ଦର ବୃଦ୍ଧି କରିବାକୁ ଦୁଗ୍ଧଚାଷୀଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲା । କ୍ଷୀର ଦର ବୃଦ୍ଧି ପରେ ଏଜେଣ୍ଟଙ୍କୁ ମିଳିବ ଲିଟର ପିଛା ଅଧିକ ୨୦ ପଇସା କମିଶନ । ଓମଫେଡ୍ କ୍ଷୀରର ମୂଲ୍ୟ ବୃଦ୍ଧି ପରେ ଆଜିଠାରୁ ବଜାରରେ ଉପଲବ୍ଧ ଟୋନଡ୍ କ୍ଷୀର ଲିଟର ପିଛା ୪୨ ଟଙ୍କାରୁ ୪୬ ଟଙ୍କା, ଚା’ ସ୍ପେଶାଲ କ୍ଷୀର ଲିଟର ପିଛା ୪୬ ରୁ ୫୦ ଟଙ୍କା, ଗୋଲଡ ଓ ପ୍ରିମିୟମ କ୍ଷୀର ଲିଟର ପିଛା ୪୮ ଟଙ୍କାରୁ ୫୨ ଟଙ୍କାକୁ ବୃଦ୍ଧି ପାଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା