The Topmost

“The eyes believe themselves, the ears believe other people.”

ଆଜିଠୁ ଭାରତ-ୟୁଏଇ ମଧ୍ୟରେ ମିଳିତ ସମରାଭ୍ୟାସ

ଆଜିଠାରୁ ଭାରତ-ୟୁଏଇ ମଧ୍ୟରେ ମିଳିତ ସମରାଭ୍ୟାସ । ଡେଜର୍ଟ ସାଇକ୍ଲୋନ ୨୦୨୪ ନାମରେ ନାମିତ ଏହି ସମରାଭ୍ୟାସ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଭାଗିତାକୁ ଶକ୍ତିଶାଳୀ କରିବ । ପ୍ରାୟ ୨ ସପ୍ତାହ ଧରି ଚାଲିବାକୁ ଥିବା ଏହି ସମରାଭ୍ୟାସ ଆସନ୍ତା ୧୫ ତାରିଖ ଯାଏ ଚାଲିବ । ରାଜସ୍ଥାନରେ ଏହି ସମରାଭ୍ୟାସରେ ସାମିଲ ହେବ ଦୁଇ ଦେଶର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର । ଏହି ସମରାଭ୍ୟାସ ସମୟରେ ଭାରତୀୟ ଓ ୟୁଏଇ ସୈନ୍ୟ ବିଭିନ୍ନ କଷ୍ଟସାଧ୍ୟ ସାମରିକ ପ୍ରଶିକ୍ଷଣ ନେବେ । ଏହା ଅର୍ବାନ ଅପରେସନ କ୍ଷେତ୍ରରେ ବେଶ୍ ସହାୟକ ହେବ ବୋଲି କହିଛନ୍ତି ଭାରତୀୟ ସେନାର ଅତିରିକ୍ତ ସାଧାରଣ ସୂଚନା ମହାନିର୍ଦ୍ଦେଶକ- ଏଡିଜିପିଆଇ । ବିଭିନ୍ନ ଦେଶର ସେନା ସହ ଭାରତୀୟ ସେନାର ତାଲିମ କାର୍ଯ୍ୟକ୍ରମ ଅନେକ ସମୟରେ ହୋଇଥାଏ । ପ୍ରଯୁକ୍ତି. କୌଶଳ, ପ୍ରକ୍ରିୟା ଆଦି କ୍ଷେତ୍ରରେ ଦ୍ବିପାକ୍ଷିକ ଭାବ ବିନିମୟ ଘଟିଥାଏ । ମିଲିଟାରୀ ଅପରେସନର ଉନ୍ନତି ଓ ଆଧୁନିକୀକରଣ ଲାଗି ଏହା ସହାୟକ ହୋଇଥାଏ ।