ଆଜିଠୁ ଭାରତ-ଓ୍ବେଷ୍ଟଇଣ୍ଡିଜ ଟି-ଟ୍ବେଣ୍ଟି ସିରିଜ । ୫ ଟିକିଆ ସିରିଜର ଆଜି ପ୍ରଥମ ମ୍ୟାଚ ଖେଳାଯିବ । ରାତି ୮ଟାରୁ ଖେଳ ଆରମ୍ଭ ହେବ । ଟେଷ୍ଟ ଓ ଦିନିକିଆ ପରେ ଟି-ଟ୍ବେଣ୍ଟି ସିରିଜ କବଜା କରିବା ଲକ୍ଷ୍ୟ ନେଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଶେଷ ଦିନିକିଆରେ ବିଶାଳ ସ୍କୋର କରି ବିଜୟ ଲାଭ କରିଥିବାରୁ ଟିମ୍ ଇଣ୍ଡିଆର ମନୋବଳ ଦୃଢ ରହିଛି । ନିୟମିତ ଅଧିନାୟକ ରୋହିତ ଶର୍ମା ଓ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ଆଇପିଏଲରେ ଭଲ ପ୍ରଦର୍ଶନ କରିଥିବା ଯଶସ୍ୱୀ ଜୟସ୍ବାଲ ଓ ତିଲକ ବର୍ମାଙ୍କୁ ଟି-ଟ୍ବେଣ୍ଟିରେ ସୁଯୋଗ ମିଳିଛି । ସେପଟେ ଭାରତ ବିରୋଧରେ ରଣନୀତି କରିଛି ଘରୋଇ ଟିମ୍ । ଦିନିକିଆ ସିରିଜ ପରାଜୟର ବଦଲା ନେବାକୁ ଜୋରଦାର ପ୍ରସ୍ତୁତି କରିଛି ଓ୍ୱେଷ୍ଟଇଣ୍ଡିଜ୍ ।
More Stories
IPL 2025, 2026 ଏବଂ 2027 ପାଇଁ ତାରିଖ ଘୋଷଣା କଲା ବିସିସିଆଇ
ଜାଣନ୍ତୁ ଟପ୍ 30 IPL 2025 ଖେଳାଳିଙ୍କ ତାଲିକା, ଦଳ ଓ ଦାମ୍
IPL 2025 ରେ କଣ ରହିଛି ମୁମ୍ବାଇ ଇଣ୍ଡିଆନ୍ସ ର ଟାର୍ଗେଟ୍