The Topmost

“The eyes believe themselves, the ears believe other people.”

ଆଜିଠୁ ବିଭାଗୀୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଆଜିଠୁ ବିଭାଗୀୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଜୁନ୍ ୧ ତାରିଖ ଯାଏଁ ଚାଲିବ ଏହି ସମୀକ୍ଷା କାର୍ଯ୍ୟକ୍ରମ । ପ୍ରଥମ ଦିନରେ ଖାଦ୍ୟ ଯୋଗାଣ ଓ ସମବାୟ, ସ୍ବାସ୍ଥ୍ୟ ବିଭାଗ ନିଜର ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିବେ । ବିଭାଗ କଣ ସବୁ କାର୍ଯ୍ୟ କରିଛନ୍ତି ଓ ନିର୍ବାଚନ ପ୍ରତିଶ୍ରୁତି କେତେ ପାଳନ କରିଛନ୍ତି ତାହା ସମୀକ୍ଷା କରିବେ ନବୀନ l ବିଗତ ୪ ବର୍ଷରେ ରାଜ୍ୟ ସରକାର ଲୋକଙ୍କ ପାଇଁ କରିଥିବା ଜନକଲ୍ୟାଣକାରୀ ଯୋଜନା କେତେ କାର୍ଯ୍ୟକାରୀ ହୋଇଛି, ତାର ହିସାବ ନେବେ ନବୀନ । ଏହାପରେ ଗୀତ ଗୋବିନ୍ଦ ସଦନରେ ବିଭାଗୀୟ ମନ୍ତ୍ରୀ ବୈଠକ ସମ୍ପର୍କରେ ସୂଚନା ଦେବେ । ବୈଠକରେ ମନ୍ତ୍ରୀ ମାନେ ନିଜ ବିଭାଗର ସର୍ବନିମ୍ନ ୫ଟି ପ୍ରମୁଖ କାର୍ଯ୍ୟକ୍ରମର ସଫଳତା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବେ । 5T ଓ ମୋ ସରକାର କାର୍ଯ୍ୟକ୍ରମରେ ଅନ୍ତର୍ଗତ ବିଭାଗ ନେଇଥିବା ପଦକ୍ଷେପ ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ ନବୀନଙ୍କୁ ଜଣାଇବେ ।