The Topmost

“The eyes believe themselves, the ears believe other people.”

ଆଜିଠୁ ଟ୍ବିନସିଟିରେ ୫-ଜି ସେବା

ଆଜି ଓଡ଼ିଶାରେ ଆରମ୍ଭ ହେବ ୫-ଜି ସେବା । ଭୁବନେଶ୍ୱରରୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଓଡ଼ିଶାରେ ୫-ଜି ସେବା ଯୋଗାଇବାକୁ ସବୁ ପ୍ରସ୍ତୁତି ସରିଛି ଏବଂ ଏଥିପାଇଁ ଦୁଇ ଟେଲିକମ ଅପରେଟର୍ ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍କୁ ଅନୁମତି ମିଳିଛି । ପ୍ରଥମେ ରାଜ୍ୟର ମୁଖ୍ୟ ସହର ଗୁଡ଼ିକ ୫-ଜି ନେଟଓ୍ୱର୍କ ସହ ଯୋଡ଼ି ହେବାକୁ ଥିବା ବେଳେ, ଧୀରେ ଧୀରେ ଗ୍ରାମାଞ୍ଚଳରେ ମଧ୍ୟ ଏହା ଉପଲବ୍ଧ ହେବ । ଜିଓ ଏବଂ ଏୟାରଟେଲ ପକ୍ଷରୁ ଟୁଇନସିଟି ଭୁବନେଶ୍ୱର ଓ କଟକରେ ୫-ଜି ସେବା ଆରମ୍ଭ ହେବ । ଜିଓ କିଛି ସପ୍ତାହ ଭିତରେ ଆଉ ୫ଟି ସହରରେ ୫-ଜି ଆରମ୍ଭ କରିବ । ୫-ଜି ସେବା ଯୋଗାଇଦେବାକୁ ରାଜ୍ୟରେ ୫୧୦ଟି ବିଟିଏସ୍ ଲଗାଯାଇଛି । ୪ଜି ତୁଳନାରେ ୧୦ ଗୁଣ ଅଧିକ ରହିବ ୫ଜି ଇଣ୍ଟରନେଟ ସ୍ପିଡ୍ । ଡାଉନଲୋଡିଂ, ସର୍ଫିଂର ସ୍ପିଡ ଅଧିକ ରହିବ । ଶିକ୍ଷା, ସ୍ୱାସ୍ଥ୍ୟ, ନିର୍ମାଣ ଓ ବ୍ୟାଙ୍କିଂ ଆଦି କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆଣିବ ।