ଆଜିଠୁ ଜୋରଦାର ହେବ ଝାରସୁଗୁଡ଼ା ଲଢେଇ । ପ୍ରାର୍ଥୀ ତାଲିକା ଚୂଡାନ୍ତ, ଯୋଦ୍ଧା ବି ତୟାର । ଉପନିର୍ବାଚନ ମଇଦାନରେ ମୋଟ ୯ ପ୍ରାର୍ଥୀ । ତେବେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହେବ ଲଢେଇ । ଆଜିଠୁ ଜୋରଦାର ପ୍ରଚାର ସହିତ ଜନମତ ହାସଲ ପାଇଁ ଉଦ୍ୟମ କରିବେ ପ୍ରାର୍ଥୀ । ବହୁପୂର୍ବରୁ ଗ୍ରାଉଣ୍ଡରେ କ୍ୟାମ୍ପେନ ଚଳାଇଛି ବିଜେଡି । ପ୍ରାର୍ଥୀ ଦୀପାଳି ଦାସ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ବିଭିନ୍ନ ସ୍ଥାନରେ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ମାଧ୍ୟମରେ ଦଳ ବଳ ବଢାଉଛି । ଆଗକୁ ମଇଦାନକୁ ଓହ୍ଲାଇବେ ବିଜେଡିର ଷ୍ଟାର ପ୍ରଚାରକ । ଦୀପାଳିଙ୍କ ପାଇଁ ପ୍ରଚାର କରିବେ ଦଳର ୪୦ ତୁଙ୍ଗନେତା । ବିକାଶକୁ ଆଧାର କରି ବିଜେଡି ଭୋଟ ମାଗୁଥିବାବେଳେ ବ୍ୟାକଫୁଟରେ ଉଭୟ ବିଜେପି ଓ କଂଗ୍ରେସ । ଉଭୟ ଦଳର ଶହ ଶହ କର୍ମୀ ଦଳ ଛାଡ଼ି ବିଜେଡିରେ ମିଶୁଥିବାରୁ ଚିନ୍ତାରେ ପ୍ରାର୍ଥୀ ଓ ନେତା ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା