The Topmost

“The eyes believe themselves, the ears believe other people.”

ଆଜିଠୁ OJEE

ଆଜିଠୁ ଆରମ୍ଭ ହେଉଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା OJEE । ଏଥିପାଇଁ ଓଡ଼ିଶା ସମେତ ୪ଟି ରାଜ୍ୟରେ ହୋଇଛି ୬୫ଟି ପରୀକ୍ଷା କେନ୍ଦ୍ର । ରାଜ୍ୟର ୩୦ଟି ଜିଲା ଛଡ଼ା ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡରେ ପରୀକ୍ଷା କେନ୍ଦ୍ର ହୋଇଛି । ୧୩ଟି ବିଭାଗରେ ଅଛନ୍ତି ମୋଟ ୫୭ ହଜାର ୯୧୮ ପରୀକ୍ଷାର୍ଥୀ । ଏଥର ମଧ୍ୟ କୋଭିଡ୍ କଟକଣା ଭିତରେ ପରୀକ୍ଷା ହେଉଛି । ଦିନକୁ ୩ଟି ସିଟିଂରେ ପରୀକ୍ଷା ହେବ । ସକାଳ ୯ଟାରୁ ୧୧ଟା ପ୍ରଥମ ସିଟିଂ, ୧୨ଟା ୩୦ ରୁ ୨ଟା ୩୦ ଦ୍ୱିତୀୟ ସିଟିଂ ଓ ଅପରାହ୍ନ ୪ରୁ ୬ଟା ପର୍ଯ୍ୟନ୍ତ ହେବ ତୃତୀୟ ସିଟିଂ ପରୀକ୍ଷା । ତେବେ କମ୍ପ୍ୟୁଟର ଆଧାରିତ ପରୀକ୍ଷା ଯୋଗୁ ପରୀକ୍ଷାର୍ଥୀଙ୍କୁ ଦେଢ଼ ଘଣ୍ଟା ଆଗରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା କେନ୍ଦ୍ରରେ ମାସ୍କ ବାଧ୍ୟତାମୂଳକ କରାଯାଇଥିବାବେଳେ ହ୍ୟାଣ୍ଡ ସାନିଟାଇଜେସନ, ସାମାଜିକ ଦୂରତା ରକ୍ଷା କରିବା ଓ ପ୍ରବେଶ ସମୟରେ ଥର୍ମାଲ ସ୍କ୍ରିନିଂ ଉପରେ ଗୁରୁତ୍ୱ ଦେଇଛି ଓଜେଇଇ । ତେବେ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ OJEE ପରୀକ୍ଷା ଅନୁଷ୍ଠିତ ହେବ । ଏଥର ସର୍ବାଧିକ ଲାଟେରାଲ ଏଣ୍ଟ୍ରି ବିଟେକରେ ୨୦ ହଜାର ୧୬୮ ଜଣ ପରୀକ୍ଷାର୍ଥୀ ରହିଥିବାବେଳେ ବି.ଫାର୍ମାରେ ୧୨ ହଜାର ୨୨୯ ଜଣ, MBAରେ ୧୦ ହଜାର ୬୭୪ ଜଣ ଆବେଦନ କରିଛନ୍ତି ।