ଆଜିଠାରୁ ପାଳିତ ହେଉଛି ମାଓ ସପ୍ତାହ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମାଓମାଦୀମାନେ ଅଧିକ ଭୟଙ୍କର ହେବା ଆଶଙ୍କା କରାଯାଉଛି । ଗତ ୬ ମାସରେ ପୁଲିସ ଆକ୍ରମଣରେ ୧୦ରୁ ଊର୍ଦ୍ଧ୍ବ ମାଓବାଦୀଙ୍କ ମୃତ୍ୟୁ ହୋଇଥିବାବେଳେ ୨ରୁ ଅଧିକ ମାଓନେତା ପୁଲିସ ଗୁଳିର ଶିକାର ହୋଇଛନ୍ତି । କିଛି ଦୁର୍ଦ୍ଦାନ୍ତ ମାଓ ନେତାଙ୍କ ସହ ୫୦ରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ତେଣୁ ଓଡ଼ିଶାରେ ସେମାନଙ୍କ ସ୍ଥିତି କ୍ରମଶଃ ଦୁର୍ବଳ ହୋଇପଡ଼ୁଥିବା ଚର୍ଚ୍ଚା ହେଉଛି । ତେବେ ସେମାନେ ଗତ ୬ ମାସ ଭିତରେ ପୁଲିସ ଉପରେ ଆକ୍ରମଣ କରି ପ୍ରତିଶୋଧ ନେଇଛନ୍ତି । ସେମାନଙ୍କ ଯୋଜନାବଦ୍ଧ ଆକ୍ରମଣରେ ୩ ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି । ଏହାସହ ସେମାନେ ଜଣଙ୍କୁ ପୁଲିସ ଇନ୍ଫର୍ମର ସନ୍ଦେହରେ ଗଳାକାଟି ବଡ଼ ନିର୍ମମ ଭାବେ ହତ୍ୟା କରିଥିବା ବେଳେ ଅନ୍ୟାନ୍ୟ ହିଂସାକାଣ୍ଡରେ ବହୁ ସରକାରୀ ଓ ବେସରକାରୀ ସମ୍ପତ୍ତି ନଷ୍ଟ କରିଛନ୍ତି । ଏବେ ମାଓ ସପ୍ତାହ ଆରମ୍ଭ ହୋଇଯାଇଥିବାରୁ ସେମାନେ ପୁଣି ଅଧିକ ଉଗ୍ର ହେବାର ସମ୍ଭାବନା ରହିଛି, ଯାହାକି ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ୍ ହେବ ।
“The eyes believe themselves, the ears believe other people.”
More Stories
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା
ସହର ଭିତରୁ ହଟିବ ଜେଲ୍, ନୂଆ ଜେଲରେ ରହିବେ କଏଦୀ