ଆଜି ସରିବ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ । ଆସନ୍ତା କାଲିଠାରୁ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ ଉନ୍ନୟନ କମିଶନର ପ୍ରଦୀପ ଜେନା । ୧୯୮୯ ବ୍ୟାଚ IAS ଅଫିସର ପ୍ରଦୀପ କୁମାର ଜେନା ମୁଖ୍ୟ ଶାସନ ସଚିବ ଭାବେ ପଦଭାର ଗ୍ରହଣ କରିବେ । ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଦୁଇଥର ବଢ଼ିଥିଲା । ୧୯୯୧ରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ସବ-କଲେକ୍ଟର ଭାବେ କ୍ୟାରିଅର ଆରମ୍ଭ କରିଥିଲେ ପ୍ରଦୀପ । ପରେ କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାପାଳ ମଧ୍ୟ ହୋଇଥିଲେ । ବିଭିନ୍ନ କ୍ଷେତ୍ରରେ ତାଙ୍କର ସଫଳତା ପାଇଁ ତୃଣମୂଳ ସ୍ତରରୁ ପ୍ରଶଂସା ପାଇଛନ୍ତି ପ୍ରଦୀପ ଜେନା ।
More Stories
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି
ମାଗଣାରେ ଅପଡେଟ୍ କରିପାରିବେ ଆଧାର କାର୍ଡ୍
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି