ଆଜି ରାଜସ୍ଥାନ ବିଧାୟକ ଦଳ ବୈଠକ ବସିବାକୁ ଯାଉଛି । ତେଣୁ ମୁଖ୍ୟମନ୍ତ୍ରୀ କିଏ ହେବେ ସ୍ପଷ୍ଟ ହୋଇଯିବ । ବିଜେପି ଛତିଶଗଡ ଏବଂ ମଧ୍ୟପ୍ରଦେଶରେ ନୂଆ ମୁଖ୍ୟମନ୍ତ୍ରୀ କରାଇଛି । ତେଣୁ ରାଜସ୍ଥାନରେ ମଧ୍ୟ ସମାନ ନୀତି ଆପଣାଇବ ବୋଲି କୁହାଯାଉଛି । କିନ୍ତୁ ଦଳ ପାଇଁ ଅଡୁଆ ସାଜିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ । କିଛି ବିଧାୟକଙ୍କୁ ନେଇ ବସୁନ୍ଧରା ବୈଠକ କରୁଥିବାରୁ ଦଳରେ ବିଦ୍ରୋହ ହେବାର ଆଶଙ୍କା ମଧ୍ୟ ରହିଛି । ଯାହାକୁ ଦିଲ୍ଲୀରୁ ଥାଇ ଶୀର୍ଷ ନେତୃତ୍ୱ ନଜର ରଖିଛି । ବିଜେପି ୨୦୧୯ ସାଧାରଣ ନିର୍ବାଚନ ପରି ୨୦୨୪ରେ ମଧ୍ୟ ହିନ୍ଦୀ ହାର୍ଟଲ୍ୟାଣ୍ଡରେ କ୍ଲିନ ସୁଇପ କରିବାକୁ ଲକ୍ଷ୍ୟ ରଖିଛି । କିନ୍ତୁ ୧୦ ବର୍ଷ ହେବ କେନ୍ଦ୍ରରେ କ୍ଷମତାରେ ରହିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ବୃଦ୍ଧି ପାଇଛି । ଏପରି ସ୍ଥିତିରେ ଜାତିଗତ ସମୀକରଣ, ନେତା-ନେତା ମଧ୍ୟରେ ଥିବା ବିବାଦକୁ ଲକ୍ଷ୍ୟ ରଖି ଶୀର୍ଷ ନେତୃତ୍ୱ ଏପରି ଏକ ନେତା ବାଛିବାକୁ ଚାହୁଁଛି, ଯିଏ ସମସ୍ତଙ୍କୁ ଏକା ସାଙ୍ଗରେ ନେଇ ଚାଲିପାରିବ ।
“The eyes believe themselves, the ears believe other people.”
More Stories
ଅତ୍ୟଧିକ ଆମ୍ବ ଖାଇଲେ ହୋଇଥାଏ ଏହି ସମସ୍ୟା
ଶ୍ରବଣ ଓ ବାକ୍ ଶକ୍ତିର ଅସୁବିଧା ପାଇଁ ଗୋଟିଏ ସମାଧାନ
ସୋନିଆ ଓ ରାହୁଲଙ୍କ ସମ୍ପତ୍ତି ଜବତ କଲା ଇଡି