The Topmost

“The eyes believe themselves, the ears believe other people.”

ଆଜି ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ 

ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟର ପ୍ରଭାବ । ଆଦାନୀ ଗ୍ରୁପ୍ କମ୍ପାନିଗୁଡ଼ିକର ସେୟାର କମି ଚାଲିଛି । ମାତ୍ରାଧିକ ହ୍ରାସକୁ ନେଇ କଂଗ୍ରେସ କେନ୍ଦ୍ର ସରକାରକୁ ଘେରିଛି । ହେଲେ ଏହାକୁ ନେଇ କେନ୍ଦ୍ର ସରକାର ନିରବ ରହୁଥିବା କହିଛି କଂଗ୍ରେସ । ତେଣୁ ସରକାରଙ୍କ ନିରବତାକୁ ନେଇ କଂଗ୍ରେସ ଆଜି ଦେଶବ୍ୟାପୀ ବିରୋଧୀ ପ୍ରଦର୍ଶନ କରିବ । ଏଲ୍ଆଇସି ଏବଂ ଏସବିଆଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ । ହିଣ୍ଡେନବର୍ଗର ରିପୋର୍ଟ ପରେ ଆଦାନୀ ଗ୍ରୁପ୍ ୧୦ ଲକ୍ଷ କୋଟି ଟଙ୍କା ହରାଇଲାଣି ।