କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ମଙ୍ଗଳବାର ଠାରୁ ଓଡିଶାରେ ପହଁଞ୍ଚଥିବା ବେଳେ ଆଜି ସକାଳୁ ରାଉରକେଲାରୁ ପୁଣି ଯାତ୍ରା ଆରମ୍ଭ କରିବେ ରାହୁଲ ଗାନ୍ଧୀ । ରାଉରକେଲା ବିର୍ସାମୁଣ୍ଡା ଛକରୁ ପାନପୋଷ ଛକ ଯାଏଁ ଯାତ୍ରା ପରେ ସେଠାରେ ସାଧାରଣ ସଭା କରିବେ । ରାଣୀବନ୍ଧରୁ ଯାତ୍ରା, କୁତ୍ରା, ବଡଗାଁରେ ଦେବେ ଉଦବୋଧନ । ସୁନ୍ଦରଗଡରେ ପଦଯାତ୍ରା ଓ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସ୍ଥାନୀୟ କଂଗ୍ରେସ ନେତା ଓ କର୍ମୀଙ୍କ ମଧ୍ୟ ଉତ୍ସାହ ଭରିଯାଇଛି । ଏହାସହ ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ରାହୁଲଙ୍କ ସହ ରାଜ୍ୟ କଂଗ୍ରେସର ତୁଙ୍ଗ ନେତାମାନେ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ରହିବେ । ମଙ୍ଗଳବାର ଅପରାହ୍ନରେ ମଣିପୁରରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା, ଓଡିଶାରେ ପହଞ୍ଚିଛି । ଆସନ୍ତାକାଲି ଝାରୁସୁଗୁଡା ମହାତ୍ମା ଗାନ୍ଧୀ ଛକରୁ ପୁଣି ଯାତ୍ରାରେ ବାହାରିବେ । ଅପରାହ୍ନ ୩ଟା ୪୫ରେ ଓଡିଶା-ଛତିଶଗଡ ସୀମା ଅତିକ୍ରମ କରିବାର କାର୍ଯ୍ୟକ୍ରମ ରହିଛି ।
“The eyes believe themselves, the ears believe other people.”
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
ଲଭ୍, ସେକ୍ସ ଓ ଧୋକା କେସରେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା