ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ମା’ ଜଗତଜନନୀ । ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ପୁରପଲ୍ଲୀ । ଶକ୍ତିପୀଠରେ ଆଜି ମହାନବମୀ ପୁଜା ଚାଲିଥିବା ବେଳେ ମଣ୍ଡପରେ ଆଜି ଅଷ୍ଟମୀ ପୁଜା । ସବୁଠି ପୂଜାର ଉତ୍ସାହ । ଗାଁରୁ ସହର ଚାରିଆଡେ ଚଳଚଞ୍ଚଳ । ପୀଠରେ ଯେମିତି ଭକ୍ତିର ପରିବେଶ, ମଣ୍ଡପରେ ସେମିତି ଶ୍ରଦ୍ଧାଳୁଙ୍କ ଉତ୍ସାହ । ଆଜି ମଣ୍ଡପରେ ଅଷ୍ଟମୀ ପୂଜା ଓ ଶକ୍ତିପୀଠରେ ନବମୀ ପୂଜା କରାଯାଉଛି । ମା’ ଦୁର୍ଗାଙ୍କ ପୂଜା ପାଇଁ ସଜେଇ ହୋଇଛି ତୋରଣ । ରଙ୍ଗୀନ ଆଲୋକ ମାଳାରେ ସଜେଇ ହୋଇଛି ସମସ୍ତ ପୂଜା ମଣ୍ଡପ । ଆକର୍ଷଣୀୟ ସାଜସଜ୍ଜାରେ ଝଲସୁଛି ପୁରା ପରିବେଶ । ମାଆଙ୍କ ଆରାଧନା ଓ ଆଶୀର୍ବାଦ ନେବା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି । ବେଳ ଯେତେ ଗଡୁଛି ଭିଡ ସେତିକି ବଢୁଥିବା ଦେଖିବାକୁ ମିଳୁଛି । ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ମେଲୋଡି କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଯାଇଛି । ପୂଜା ପାଇଁ ଭିଡ ବଢୁଥିବାରୁ ଟ୍ରାଫିକ ସମସ୍ୟା ମଧ୍ୟ ଦେଖାଦେଉଛି । ବିଶେଷକରି ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପ୍ରବଳ ଭିଡ ଦେଖିବାକୁ । ପୂଜା ବୁଲିବା ପାଇଁ କଟକରେ ଲୋକଙ୍କ ଭିଡ ବି ଜମୁଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା