ଆଜି ମଣିପୁର ଗସ୍ତରେ ଯିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ମଣିପୁରରେ ଗତ ଦୁଇ ମାସ ଧରି ଲାଗି ରହିଥିବା ହିଂସାକୁ ବନ୍ଦ କରିବା ପାଇଁ ଅପିଲ କରିବେ ରାହୁଲ । ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇ ପଡ଼ିଥିବା ମଣିପୁରରେ ଶାନ୍ତି ଫେରିବାର ନାଁ ଧରୁନି । ଲୋକମାନେ ଇଣ୍ଟରନେଟଠାରୁ ଆରମ୍ଭ କରି ଅନେକ ପ୍ରକାରର ମୌଳିକ ଅଧିକାରରୁ ବଞ୍ଚିତ ହୋଇ ରହିଛନ୍ତି । ଦିନକୁ ଦିନ ମଣିପୁରର ସ୍ଥିତି ବିଗିଡ଼ିବାରେ ଲାଗିଥିବା ବେଳେ କେନ୍ଦ୍ର ସରକାରଙ୍କ ଶାନ୍ତି ଫେରିବା ଆଶ୍ବସନା ଫେଲ ମାରୁଛି । ରାହୁଲ ଗାନ୍ଧୀଙ୍କ ଏହି ଗସ୍ତ ସମୟରେ ହିଂସା ଯୋଗୁ ବିସ୍ଥାପିତ ହୋଇଥିବା ଲୋକଙ୍କୁ ରିଲିଫ କ୍ୟାମ୍ପରେ ଭେଟିବେ । ଇମ୍ଫାଲ ଓ ଚୁରାଚାନ୍ଦୁପରରେ ସିଭିଲ ସୋସାଇଟି ପ୍ରତିନିଧିଙ୍କ ସହ ଆଲୋଚନା କରିବେ ରାହୁଲ ଗାନ୍ଧୀ । ମଣିପୁରରେ ଲାଗିଥିବା ନିଆଁ ଲିଭାଇବାର ଆବଶ୍ୟକତା ରହିଛି ଏହା ଦ୍ବାରା ବିବାଦରୁ ଶାନ୍ତିକୁ ଫେରିବ । ଏହା ଏକ ମାନବୀୟ ଟ୍ରାଜେଡି । ଘୃଣା ବଦଳରେ ପ୍ରେମର ଫୋର୍ସ ଭାବେ ଛିଡ଼ା ହେବା ଆମ୍ଭ ଦାୟିତ୍ବ ବୋଲି କଂଗ୍ରେସ ନେତା କହିଛନ୍ତି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ