ଓଡ଼ିଶାରେ ପହଞ୍ଚିଲା ଡାକୋଟା । ବାଲେଶ୍ବର ଲକ୍ଷ୍ମଣନାଥ ଟୋଲଗେଟ ଦେଇ ଓଡ଼ିଶାରେ ପ୍ରବେଶ କରିଛି ବିଜୁବାବୁଙ୍କ ବିମାନ । ଆଜି ଭୁବନେଶ୍ବରରେ ପହଞ୍ଚିବ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅପାସୋରା ସନ୍ତକ ଡାକୋଟା । କୋଲକାତାର ନେତାଜୀ ସୁବାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଭୁବନେଶ୍ବର ଅଭିମୁଖେ ଆସୁଛି ଡାକୋଟା । ଡାକୋଟା ବଭିନ୍ନ ଅଂଶକୁ 3ଟି ଲରିରେ ଲୋଡ୍ କରି ଓଡ଼ିଶା ଆଣୁଛନ୍ତି ଏରୋ ସ୍ପେସ୍ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସଂସ୍ଥାର ଇଞ୍ଜିନିୟର । ଏଆରିସିର ୧୦ ଜଣିଆ ଟିମ୍ ୧୨ ଦିନ ଧରି ଖୋଲିବା କାମରେ ନିୟୋଜିତ ହୋଇଥିଲେ । ବିମାନ ଟିକୁ ସୁରକ୍ଷାର ସହିତ ସୀମା ପାର କରାଇବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ପୋଲିସ ମୁତୟନ କରାଯାଇଥିଲା ।
More Stories
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି