ଡ.ଓ୍ବାଇ.ଏସ.ରାଜଶେଖର ରେଡ୍ଡି ଷ୍ଟାଡିୟମଠାରେ ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପକ୍ଷରୁ ଋତୁରାଜ ଗାଇକ୍ବାଡ ଓ ଇଶାନ କିଷନ ବ୍ୟାଟିଂ ଓପନ କରିଛନ୍ତି ।
ପ୍ରଥମ ଦୁଇଟି ମ୍ୟାଚ ହାରି ଭାରତୀୟ ଦଳ ସିରିଜରେ ୦-୨ରେ ପଛୁଆ ରହିଛି । ଫଳରେ ସିରିଜରେ ନିଜର ସମ୍ଭାବନାକୁ ବଜାୟ ରଖିବାକୁ ହେଲେ ଭାରତକୁ ଏହି ମ୍ୟାଚ ଜିତିବା ଜରୁରୀ ହୋଇପଡ଼ିଛି । ଏହି ମ୍ୟାଚ ପାଇଁ ଉଭୟ ଭାରତୀୟ ଓ ଦକ୍ଷିଣ ଆଫ୍ରିକା ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।
ଗତ ୧୨ ତାରିଖ ଦିନ କଟକରେ ଖେଳାଯାଇଥିବା ୨ୟ ଟି-୨୦ରେ ଭାରତକୁ ୪ ଓ୍ବିକେଟରେ ହରାଇଥିଲା ଦକ୍ଷିଣ ଆଫ୍ରିକା । ସେହିପରି ଦିଲ୍ଲୀରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ବି ଭାରତ ୭ ଓ୍ବିକେଟରେ ହାରି ଯାଇଥିଲା । ଭାରତ ପକ୍ଷରୁ ୨୧୨ ରନର ବିଶାଳ ବିଜୟ ଲକ୍ଷ୍ୟ ରଖାଯାଇଥିଲେ ବି ଦକ୍ଷିଣ ଆଫ୍ରିକା ଦଳ ତାହାକୁ ମାତ୍ର ୩ ଓ୍ବିକେଟ ହରାଇ ହାସଲ କରିନେଇଥିଲା ।
More Stories
ଟ୍ରମ୍ପଙ୍କୁ ଗୁପ୍ତ ଚିଠିରେ କଣ ଲେଖିଛନ୍ତି ମୋଦି..
ପୁଣି ଶାସନ କରିବେ ଟ୍ରମ୍ପ୍
୧ ଡିଗ୍ରି ତଳକୁ ଖସିଲା ପାରଦ