ଆଜି ବସିବ ବିଜେଡି ସଂସଦୀୟ ଦଳ ବୈଠକ । ନବୀନ ନିବାସରେ ଦିନ ୧୨ଟା ୩୦ରେ ମୁଖ୍ୟମନ୍ତ୍ରୀଙ୍କ ଅକ୍ଷଧ୍ୟତାରେ ବସିବ ବୈଠକ। ସଂସଦ ଅଧିବେଶନ ପାଇଁ ପ୍ରସ୍ତୁତ ହେବ ରଣନୀତି । ଗୃହରେ କେଉଁ ପ୍ରସଙ୍ଗ ଉଠାଇବ ଦଳ ସେନେଇ ସାଂସଦଙ୍କ ସହ ଆଲୋଚନା କରିବେ ବିଜେଡି ସୁପ୍ରିମୋ । ରାଜ୍ୟର ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଗୁଡିକୁ ସଂସଦର ଉଭୟ ଗୃହରେ ଉପସ୍ଥାପନ କରିବା ନେଇ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହ ଆଲୋଚନା କରିବେ । ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି, ଆବାସ ଯୋଜନାରେ ରାଜ୍ୟର ବଳକା ହିତାଧିକାରୀଙ୍କୁ ଗୃହ ଯୋଗାଣ, ୧୬୯ ଜନଜାତିଙ୍କୁ ଆଦିବାସୀ ତାଲିକାଭୁକ୍ତ କରିବା, ପ୍ରାକୃତିକ ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା ପାଇଁ ସ୍ବତନ୍ତ୍ର ସହାୟତା ଦାବି ଏବଂ ଚାଷୀ ଓ ଚାଷ ସମ୍ପର୍କିତ ପ୍ରସଙ୍ଗକୁ ନେଇ ଓଡ଼ିଶାର ସାଂସଦମାନେ ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଛନ୍ତି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ