ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ । ଅଧିବେଶନକୁ ସୁରୁଖୁରୁରେ ଚଳାଇବାକୁ ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ । ଦିନ ୧୧ଟା ୩୦ ମିନିଟରେ ବୈଠକ ଅନୁଷ୍ଠିତ ହେବ । ବୈଠକରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନଙ୍କ ସହଯୋଗ ଲୋଡ଼ିବେ ବାଚସ୍ପତି । ନଭେମ୍ବର ୨୧ରୁ ଡିସେମ୍ବର ୩୦ ତାରିଖ ଯାଏ ବସିବାକୁ ଥିବା ଅଧିବେଶରେ ୩୦ଟି କାର୍ଯ୍ୟଦିବସ ରହିଛି । ସମସ୍ତଙ୍କ ସହଯୋଗରେ ବିଧାନସଭାର କାର୍ଯ୍ୟସୂଚୀ ଅନୁସାରେ ଗୃହ ଚଳାଇବା ପାଇଁ ବୈଠକରେ ଆଲୋଚନା ହେବ । ସେହିପରି ଉପବାଚସ୍ପତି ପଦ ପାଇଁ ଆଜି ନାମାଙ୍କନପତ୍ର ଦାଖଲ କରାଯିବ । ଦିନ ୧୨ଟା ଯାଏ ନାମାଙ୍କନ ପ୍ରକ୍ରିୟା ଜାରି ରହିବ । ୨୧ ତାରିଖ ଦିନ ସକାଳ ୯ଟା ୩୦ ମିନିଟରେ ଉପବାଚସ୍ପତି ନିର୍ବାଚନ ହେବ । ଉପବାଚସ୍ପତି ପଦରୁ ରଜନୀକାନ୍ତ ସିଂଙ୍କ ଇସ୍ତଫା ପରେ ପଦଟି ଖାଲି ପଡ଼ିଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା