ଆଜି ବଜାରକୁ ଆସିପାରେ ଜରାୟୁ କର୍କଟ ବିରୁଦ୍ଧରେ ଭାରତର ପ୍ରଥମ ଟିକା । ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ବାୟୋଟେକ୍ନୋଲୋଜି ବିଭାଗ ଏହି ଟିକା ପ୍ରସ୍ତୁତ କରିଛନ୍ତି । ଏହା ଏକ ସ୍ୱଦେଶୀ ଟିକା ହୋଇଥିବାବେଳେ ହ୍ୟୁମାନ ପାପିଲୋମାଭାଇରସ୍ ଟିକା ବା ଏଚପିଭି ରହିଛି ଏହାର ନାମ । ପ୍ରଥମ ପର୍ଯ୍ୟାୟରେ ୧୦ରୁ ୧୪ ବର୍ଷର ଝିଅଙ୍କୁ ଦିଆଯିବ ଏହି ପ୍ରିକସନ ଟିକା । ଦେଶରେ ପ୍ରତି ୮ମିନିଟରେ ଜଣେ ମହିଳାଙ୍କ ମୃତ୍ୟୁ କେବଳ ଏହି ସର୍ଭିକାଲ କ୍ୟାନସର ପାଇଁ ହେଉଛି । ଏହା ଭିତରେ ଭ୍ୟାକସିନ ସଞ୍ଜିବନୀ କାମ ତୁଳାଇପାରେ । ସର୍ଭିକାଲ କ୍ୟାନସର ସଂଖ୍ୟାରେ ଭାରତ ଦୁନିଆରେ ୫ମ ସ୍ଥାନରେ ରହିଛି । ରାଜ୍ୟର ୧୦ ଜିଲ୍ଲାର ହାଇସ୍କୁଲରେ କିଶୋରୀଙ୍କୁ ଏଚପିଭି ଟିକା ଦେବା ପାଇଁ ଯୋଜନା ରହିଛି । ଏଥିପାଇଁ ଦୁଇଟି ଟିକା ନେବାକୁ ହେବ ଏବଂ ପ୍ରଥମ ଡୋଜ୍ ନେବାର ୬ ମାସରୁ ୧୨ ମାସ ମଧ୍ୟରେ ଦ୍ୱିତୀୟ ଡୋଜ୍ ନେବାକୁ ହେବ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ