The Topmost

“The eyes believe themselves, the ears believe other people.”

ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି, ରାଜ୍ୟବାସୀ ପାଳୁଛନ୍ତି ଓଡିଆ ନବବର୍ଷ

ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି । ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ବର୍ଷର ପ୍ରଥମ ସଂକ୍ରାନ୍ତି । ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆରମ୍ଭ ଅବସରରେ ଆଜିଠୁ ଆରମ୍ଭ ଓଡିଆ ନବବର୍ଷ । ସ୍ୱତନ୍ତ୍ର ପୂଜା, ଭୋଗ, ହୋମରେ ମହକୁଛି ପରିବେଶ । ପାରମ୍ପରିକ ରୀତିନୀତି ଅନୁସାରେ ଓଡ଼ିଶାରେ ଘରେ ଘରେ ପଣା ଭୋଗର ମହକ । ବିଶ୍ବାସ ରହିଛି ଚଉଁରାରେ ପୂଜା ପାଉଥିବା ତୁଳସୀ ବୃକ୍ଷ ଉପରେ ଛାମୁଡ଼ିଆ କରି ଘଡ଼ିରେ ଜଳ ରଖିଲେ ମିଳିଥାଏ ଅଶେଷ ପୁଣ୍ୟ । ସୂର୍ଯ୍ୟଙ୍କ ପ୍ରବଳ ତାପମାତ୍ରା ଯୋଗୁ ପ୍ରଭୁ ବିଷ୍ଣୁଙ୍କ ପ୍ରିୟ ତୁଳସୀ ମୂଳରେ ପଣା ଅର୍ପଣ କରାଯାଇଥାଏ । ସୂର୍ଯ୍ୟ ବିଷୁବ ରେଖା ଉପରେ ଥିବାରୁ ଏହାକୁ ବିଷୁବ ସଂକ୍ରାନ୍ତି ବି କୁହାଯାଏ । ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷାପାଇବା ପାଇଁ ବି ପାଳନ କରାଯାଏ ହନୁମାନ ଜୟନ୍ତୀ । ସଂକ୍ରାନ୍ତି ପର ଠାରୁ ବୃକ୍ଷଜଗତ ଓ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ସଂକ୍ରାନ୍ତିର ଅନ୍ୟ ନାମ ବି ରହିଛି ଜଳ ସଂକ୍ରାନ୍ତି । କାଳ କାଳର ପରମ୍ପରା ଅନୁସାରେ ଆଜି ଉଦଯାପିତ ହୋଇଥାଏ ଝାମୁଯାତ୍ରା ।