ଆଜି ନୌସେନାରେ ସାମିଲ ହେବ ଆଇଏନଏସ ବିକ୍ରାନ୍ତ । ବିକ୍ରାନ୍ତ ହେଉଛି ଭାରତର ପ୍ରଥମ ସ୍ୱଦେଶୀ ବିମାନବାହୀ ଜାହାଜ । ଭାରତର ନୌସେନା ଇତିହାସରେ ଏହା ସବୁଠୁ ବଡ଼ ଜାହାଜ । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏୟାରକ୍ରାଫ୍ଟ କ୍ୟାରିୟର ବିକ୍ରାନ୍ତ । ତେବେ କୋଚିନ ଠାରେ ପ୍ରଧାନମନ୍ତ୍ରୀ ଏହାକୁ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିବେ । ବିକ୍ରାନ୍ତ ସାମିଲ ହେବା ପରେ ନୌସେନାର ଶକ୍ତି ବେଶ୍ ବଢ଼ିଯିବ । ଏହାସହ ଭାରତ ପାଖରେ ଏକସଙ୍ଗେ ଦୁଇଟି ଏୟାରକ୍ରାଫ୍ଟ କ୍ୟାରିୟର ରହିବ । ପୂର୍ବରୁ ନୌସେନା ନିକଟରେ ଆଇଏନଏସ୍ ବିକ୍ରମାଦିତ୍ୟ ରହିଛି ।
More Stories
ମହିଳା କନଷ୍ଟେବଳ ହେଲେ ଦୁଷ୍କର୍ମର ଶିକାର
କାହିଁକି ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ?
ବାଂଲାଦେଶକୁ ବତ୍ୟା ଆଶଙ୍କା, ଓଡିଶାରୁ ଟଳିଲା ବିପଦ