ଲୋକପ୍ରିୟ ସୋସିଆଲ ମିଡିଆ ଟୁଇଟର ପରିଚୟକୁ ନେଇ ସଙ୍କଟ । ଟୁଇଟରକୁ ରିବ୍ରାଣ୍ଡିଂ କରିବାକୁ ବିଚାର କରୁଛନ୍ତି ମାଲିକ ଏଲନ ମସ୍କ । ସେ ଟୁଇଟରକୁ ସୁପର ଆପ ଭାବେ ବିକାଶ କରିବାକୁ ଚାହୁଁଛନ୍ତି । ସୁପର ଆପରେ ସୋସିଆଲ ମିଡିଆ ସହିତ ଟାକ୍ସି ବୁକିଂ, ସପିଙ୍ଗ, ଅନଲାଇନ ପେମେଣ୍ଟ ଆଦି ବହୁ କାର୍ଯ୍ୟ ହୋଇପାରିବ । ମସ୍କ ଟୁଇଟର ଡଟ କମକୁ ବଦଳାଇ ଏକ୍ସ ଡଟ୍ କମ କରିଦେଇଛନ୍ତି । ଏକ୍ସ ଡଟ କମ ଖୋଲିଲେ ସିଧା ସଳଖ ଟୁଇଟର ଖୋଲୁଛି । ଏକ୍ସ ନାମର ଅନ୍ତରୀଣ ଲୋଗୋ ମଧ୍ୟ ଶୀଘ୍ର ଲାଗୁ ହେବ ବୋଲି ମସ୍କ ସୂଚନା ଦେଇଛନ୍ତି । ଦୀର୍ଘଦିନରୁ କମ୍ପାନୀର ପରିଚୟ ଥିବା ନୀଳ ଚଢେଇକୁ ହଟାଇ ନୂଆ ଲୋଗୋ ଆଣିବାକୁ ଯାଉଛନ୍ତି ଏଲନ ମସ୍କ । ତେବେ ଟୁଇଟରର ନୂଆ ଲୋଗୋ କ’ଣ ହେବା ଦରକାର ତାକୁ ନେଇ ମସ୍କ ଭିଡିଓ ଜାରି କରିଛନ୍ତି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ