The Topmost

“The eyes believe themselves, the ears believe other people.”

ଆଜି ଜାତୀୟ କ୍ରୀଡା ଦିବସ 

ଆଜି ଜାତୀୟ କ୍ରୀଡା ଦିବସ । ଇତିହାସରେ ସର୍ବଶ୍ରେଷ୍ଠ ହକି ଖେଳାଳି ଧ୍ୟାନଚାନ୍ଦଙ୍କ ଜନ୍ମ ଦିନକୁ ଜାତୀୟ କ୍ରୀଡା ଦିବସ ରୁପେ ପାଳନ କରାଯାଉଛି । ଭାରତୀୟ ତଥା ବିଶ୍ବ ହକିରେ ଧ୍ୟାନଚାନ୍ଦ ଜଣେ କିମ୍ବଦନ୍ତୀ ବ୍ୟକ୍ତିତ୍ବ । ତାଙ୍କ ବଳିଷ୍ଠ ଖେଳ ବଳରେ ୧୯୨୮,୧୯୩୨ ଏବଂ ୧୯୩୬ ମସିହାରେ ତିନୋଟି ଅଲିମ୍ପିକ୍ ସ୍ବର୍ଣ୍ଣ ପଦକ ଅର୍ଜନ କରିଥିଲା ଭାରତୀୟ ହକି ଟିମ୍ । ଧ୍ୟାନ ଚାନ୍ଦ ଆହ୍ଲାବାଦରେ ୨୯ ଅଗଷ୍ଟ ୧୯୦୫ ରେ ରାଜପୁତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ୧୯୫୬ ମସିହା ଅଗଷ୍ଟ ୨୯ ତାରିଖରେ ଭାରତ ସରକାର ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ । ଏକମାତ୍ର ଖେଳାଳି ଭାବେ ତାଙ୍କ ସମ୍ମାନାର୍ଥେ ସ୍ମରଣୀୟ ଡାକ ଷ୍ଟାମ୍ପ ଓ କଭର୍ ଜାରି ହୋଇଛି । ଓଡ଼ିଶା ସରକାର କ୍ରୀଡ଼ାକୁ ବିଶେଷଭାବେ ଗୁରୁତ୍ବ ଦେଉଛନ୍ତି । କ୍ରୀଡ଼ା ରୂପାନ୍ତରଣରେ ଓଡ଼ିଶାର ପଦକ୍ଷେପକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ସୃଷ୍ଟି ହୋଇଛି । ଏବେ ଦେଶର ସ୍ପୋର୍ଟ୍ସ ହବ୍ ପାଲଟିଛି ଓଡ଼ିଶା । ଲଗାତାର ଦ୍ବିତୀୟ ଥର ପାଇଁ ବିଶ୍ବକପ ଆୟୋଜନ ସମସ୍ତଙ୍କର ପ୍ରଶଂସା ସାଉଁଟିଥିଲା ଓଡ଼ିଶା । ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ ରାଜ୍ୟ ପାଇଁ ଗୌରବ ଆଣିଛି ।