ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି । ଏନେଇ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି । ସକାଳ ଧୂପ ନୀତି ପରେ ଦକ୍ଷିଣ ଘରେ ଥିବା ଶ୍ରୀହନୁମାନଙ୍କୁ ରତ୍ନ ସିଂହାସନକୁ ଅଣାଯାଇ ଆଜ୍ଞାମାଳ ପ୍ରଦାନ କରାଯାଏ । ପରେ ମୁକ୍ତିମଣ୍ଡପ ତଳେ ଥିବା ବିମାନରେ ବସାଇ ବିଜେ କରାଯାଏ । ବିମାନ ବଡ଼ୁ ସେବକ ଜଗନ୍ନାଥ ବହ୍ଲବ ମଠକୁ ନିଅନ୍ତି । ସବୁ ନୀତିକାନ୍ତି ସରିବା ପରେ ଶ୍ରୀହନୁମାନଙ୍କ ବାହୁଡ଼ା ବିଜେ କରି ଦେଉଳକୁ ଅଣାଯାଏ । ମହାବିଷୁବ ସଂକ୍ରାନ୍ତି ଓଡ଼ିଆ ପରମ୍ପରା ଓ ସଂସ୍କୃତିର ଆନନ୍ଦ ଉଲ୍ଲାସର ଦିନ । ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତିରୁ ନୂଆ ପାଞ୍ଜି ପ୍ରଚଳନ ହୁଏ । ତୁଳସୀ ଚଉରା ଉପରେ ଚାଞ୍ଚେରା ବାନ୍ଧି ଠେକିରେ ପାଣି ଭରି ଜଳ ଅର୍ପଣ କରାଯାଏ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା