ଆଜି ଚନ୍ଦ୍ରର ଆହୁରି ନିକଟତର ହେବ ଚନ୍ଦ୍ରଯାନ-୩ । ଦିନ ଗୋଟାଏରୁ ୨ଟା ମଧ୍ୟରେ ଚନ୍ଦ୍ରଯାନ-୩ର ଦ୍ୱିତୀୟ କକ୍ଷପଥ ହ୍ରାସ ପ୍ରକ୍ରିୟା କରାଯିବ । ଏହା ପରେ ଆହୁରି ଦୁଇ ଥର ଚନ୍ଦ୍ରଯାନର କକ୍ଷପଥକୁ ବଦଳାଯିବ । ଏହା ଚନ୍ଦ୍ରର ସବୁଠୁ ଅଧିକ ନିଟକତର ହେବ । ବର୍ତ୍ତମାନ ଚନ୍ଦ୍ରଯାନ-୩ ଚନ୍ଦ୍ରଠାରୁ ସବୁଠୁ କମ୍ ୧୭୦ କିମି ଓ ସବୁଠୁ ଅଧିକ ୪ ହଜାର ୩୧୩ କିମି ଦୂରରେ ଅଣ୍ଡାକାର ପଥରେ ଘୁରୁଛି । ଆସନ୍ତା ୧୭ ତାରିଖରେ ଚନ୍ଦ୍ରଯାନ-୩ରେ ଥିବା ପ୍ରୋପୁଲସନ୍ ମୋଡ୍ୟୁଲରୁ ଲ୍ୟାଣ୍ଡର ଓ ରୋଭର ଅଲଗା ହେବ । ଲ୍ୟାଣ୍ଡରରେ ରହିଥିବା ସଫ୍ଟୱେର ସହାୟତାରେ ଏହା ଚନ୍ଦ୍ରର ଆହୁରି ନିକଟତର ହେବ । ଏହି ସମୟରେ ଲ୍ୟାଣ୍ଡର ଚନ୍ଦ୍ରଠାରୁ ସର୍ବାଧିକ ୧୦୦ ଓ ସର୍ବନିମ୍ନ ୩୦ କିମି ଦୂରରେ ପରିକ୍ରମା କରିବ । ନିର୍ଦ୍ଧାରିତ ଯୋଜନା ଅନୁସାରେ ସବୁ ଠିକଠାକ୍ ଚାଲିଲେ ଅଗଷ୍ଟ ୨୩ ତାରିଖ ଅପରାହ୍ନ ୫ଟା ୪୭ରେ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବ ।
“The eyes believe themselves, the ears believe other people.”
More Stories
ବିଶ୍ବ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କଲେ ମ୍ୟାଡାମ୍ ପ୍ରେସିଡେଣ୍ଟ
କେବେ ହେବ ଅସ୍ତ୍ର ବିରତି ଚୁକ୍ତି, ଟ୍ରମ୍ପଙ୍କ ଭବିଷ୍ୟବାଣୀ
ଡାଇବେଟିସ୍ ପାଇଁ ଅବ୍ୟର୍ଥ ଔଷଧ ହେଉଛି ପଣଷ