ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ନବଦିନାତ୍ମକ ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ । ଗତକାଲି ଶରଧାବାଲିରେ ଲାଗିଥିଲା ତାଳଧ୍ବଜ ରଥ । ଆଜି ମା ସୁଭଦ୍ରାଙ୍କ ଦେବ ଦଳନ ରଥ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯାଇ ଶ୍ରୀଗୁଣ୍ଡି ମନ୍ଦିର ଅଭିମୁଖେ ନିଆଯିବ । ସକାଳ ୯ଟା ସମୟରେ ରଥ ଟଣା ଆରମ୍ଭ ହୋଇଛି । ଗତକାଲି ସଂଧ୍ୟା ହୋଇଯିବାରୁ ଦେବ ଦଳନ ରଥ ଗୁଣ୍ଡିଚାମନ୍ଦିର ଓ ବଡ଼ଶଙ୍ଖ ମଧ୍ୟଭାଗରେ ଅଟକିଥିଲା । ସେହିଭଳି ମାଉସୀ ମା’ ମନ୍ଦିର ନିକଟରେ ଅଟକିଥିଲା ନନ୍ଦିଘୋଷ ରଥ । ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଆଡପମଣ୍ଡପ ବିଜେ କରାଯିବ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା