ଅଣସର ଘରେ ଜ୍ୱରରେ କମ୍ପୁଛନ୍ତି ମହାପ୍ରଭୁ । ନିଶବ୍ଦ, ଅନ୍ଧକାର ଓ ରୁଦ୍ଧଦ୍ୱାରର ତାଟି କୋଠରୀ ମଧ୍ୟରେ ଚାଲିଛି ଗୁପ୍ତ ଉପଚାର । ମହାପ୍ରଭୁଙ୍କ ନିକଟରେ ଷଷ୍ଠୀରୁ ଚାଲିଥିବା ଓଷ ଲାଗି ନୀତି ଶେଷ ହୋଇଛି । ଆଜି ଦଶମୀରେ ଚକା ବିଜେ ନୀତି ସମ୍ପନ୍ନ ହେବ । ଏକାଦଶୀରେ ଦଶମୂଳ ମୋଦକ, ଖଡି ପ୍ରସାଦ ବିଜେ, ଦ୍ୱାଦଶୀରେ ରାଜପ୍ରସାଦ ବିଜେ, ଖଳିଲାଗି ଓ ଘଣା ଲାଗି ନୀତି ସମ୍ପନ୍ନ ହେବ । ପରେ ମହାପ୍ରଭୁ ସୁସ୍ଥ ହୋଇ ନବଯୌବନ ବେଶରେ ଦର୍ଶନ ଦେଇ ରଥାରୂଢ଼ ହେବେ । ଗୁପ୍ତସେବା ସମୟରେ ମହାପ୍ରଭୁଙ୍କୁ ଅନ୍ନଭୋଗ ବଦଳରେ ଲାଗି ହେଉଛି ଚକଟା ଓ ପଣା ଭୋଗ । କ୍ଷୀର, ଛେନା, ସର, ଖୁଆରେ ବିଭିନ୍ନ ଫଳମୂଳ ମିଶାଇ ଚକଟା ଭୋଗ ପ୍ରସ୍ତୁତ ହେଉଛି । ପ୍ରସାଦକୁ ଦଇତାପତି ସେବାୟତ ସେବନ କରିବା ପରେ ବଳକା ଚକଟାରେ ସର୍ବସାଧାରଣଙ୍କ ପାଇଁ ପ୍ରସ୍ତୁତ ହେଉଛି ଅଣସର ପଣା ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ