ଆଜିଠୁ ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ । ଦିନ ସାଢେ ଗୋଟାଏରେ ଆସାମ ଗୌହାଟୀରେ ଖେଳାଯିବ ପ୍ରଥମ ଦିନିକିଆ । ସିରିଜରେ ରହିଛି ୩ଟି ମ୍ୟାଚ୍ । ରୋହିତ ଶର୍ମାଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଆହତ କାରଣରୁ ବାଂଲାଦେଶ ଶୃଙ୍ଖଳାରୁ ବାଦ ପଡ଼ିଥିବା ରୋହିତ ଫିଟ ହୋଇ ପଡ଼ିଆକୁ ଓହ୍ଲାଉଛନ୍ତି । ଅନ୍ୟପଟେ ଟିମ ଇଣ୍ଡିଆକୁ ଲାଗିଛି ଏକ ଝଟକା । ଅନଫିଟ କାରଣରୁ ଦଳରୁ ବାଦ ପଡ଼ିଛନ୍ତି ଯଶପ୍ରୀତ ବୁମରା । ଟିଟ୍ବେଣ୍ଟି ସିରିଜ ବିଜୟ ସହିତ ମେନ ଇନ ବ୍ଲୁର ମନୋବଳ ବେଶ୍ ଦୃଢ ରହିଛି । ଆରମ୍ଭରୁ ମ୍ୟାଚ୍ ଜିତି ଦିନିକିଆ ସିରିଜ ହାତେଇବା ଲକ୍ଷ୍ୟରେ ଆଗକୁ ବଢିବ ଭାରତ । ସେପଟେ ଶେଷ ଟି-ଟ୍ବେଣ୍ଟି ପରାଜୟର ବଦଲା ନେବାକୁ ରଣନୀତି କରିଛି ଶ୍ରୀଲଙ୍କା ।
More Stories
ରଣଜୀ ଟ୍ରଫି ଖେଳିବେ କୋହଲି
ଖେଳରତ୍ନର ବିଜେତା ହେଲେ ଗୁକେଶ୍, ମନୁ..
ପୁଣି ବିଶ୍ବ ରେକର୍ଡ କଲେ ନିରଜ୍