ଆଜି ଏକାମ୍ର ବିକାଶରେ ଯୋଡ଼ି ହେବ ନୂଆ ଫର୍ଦ୍ଦ । ଗାଁର କୋଣଅନୁକୋଣରେ ବିକାଶ ହେବ ଆହୁରି ତ୍ବରାନ୍ବିତ । ଆଜି ଏକାମ୍ର ଭୁବନେଶ୍ବରରେ ୨ ଶହ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାନୀୟ ଜଳରୁ ଆରମ୍ଭ କରି ପର୍ଯ୍ୟଟନ ବିକାଶ ପାଇଁ ଏହି ମେଗା ପ୍ରକଳ୍ପ ହାତକୁ ନିଆଯାଇଛି । ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ଏହାର ଶିଳାନ୍ୟାସ କରିବେ । ଲିଙ୍ଗିପୁର ପଞ୍ଚାୟତର ଜାଡୁମଲ୍ଲି ମନ୍ଦିର ନିକଟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପୂର୍ତ୍ତ ବିଭାଗ ପକ୍ଷରୁ ଦୟା ଦକ୍ଷିଣ ପାର୍ଶ୍ବ ନଦୀ ବନ୍ଧର ସାଢେ ଆଠ କିଲୋମିଟର ରାସ୍ତାର ସୁଦୃଢିକରଣ ଓ ପ୍ରସସ୍ଥିକରଣ ପାଇଁ ୨୨ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଯାହା ଏକାମ୍ର ସମେତ ପିପିଲି ଓ ଜଟଣୀ ଲୋକଙ୍କ ଗମନାଗମନରେ ସହାୟକ ହେବ ।
“The eyes believe themselves, the ears believe other people.”
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
ଲଭ୍, ସେକ୍ସ ଓ ଧୋକା କେସରେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା