କୌଣସି ପ୍ରକାରେ ପଦ ଛାଡ଼ିବାକୁ ନାରାଜ କୁସ୍ତିଯୋଦ୍ଧା ସଭାପତି ବ୍ରିଜ ଭୂଷଣ ଶରଣ ସିଂ । ସେପଟେ ତେଜିବାରେ ଲାଗିଛି ରେସଲରମାନଙ୍କ ଆନ୍ଦୋଳନ । ରେସଲରମାନଙ୍କୁ ସମର୍ଥନ କରି ଆଜି ଦିଲ୍ଲୀ ଇଣ୍ଡିଆ ଗେଟ୍ ନିକଟରେ ମହମବତି ରାଲି କରିବେ ବହୁ ଖାପ୍ ପଞ୍ଚାୟତ ନେତା ଓ କୃଷକ ସଂଗଠନ ନେତା । ରେସଲରମାନଙ୍କୁ ସମର୍ଥନ ଜଣାଇ ରବିବାର ହରିଆଣାର ରୋହତକରେ ସମବେତ ହୋଇଥିଲେ କୃଷକ ଓ ଅନ୍ୟାନ୍ୟ ବର୍ଗର ନେତା । ମହମବତି ରାଲିରେ ବିଭିନ୍ନ ସଂଗଠନର କର୍ମକର୍ତ୍ତା ସାମିଲ ହେବେ । ଆସନ୍ତା ୨୮ ତାରିଖରେ ନୂଆ ପାର୍ଲାମେଣ୍ଟ ଭବନ ନିକଟରେ ମହିଳା ମହାପଞ୍ଚାୟତ କରିବାକୁ ବି ଘୋଷଣା କରିଛନ୍ତି ସଂଗଠନର ନେତା । ଯୌନ ନିର୍ଯାତନା ଓ ଅପରାଧ ମାମଲାରେ କୁସ୍ତିଯୋଦ୍ଧା ସଂଗଠନ ସଭାପତି ବ୍ରିଜ ଭୂଷଣଙ୍କୁ ହଟାଇବା ଦାବିରେ ଅଟଳ ରହିଛି କୁସ୍ତିଯୋଦ୍ଧା ସଂଗଠନ । ବିନେଶ ଫୋଗଟ, ବଜରଙ୍ଗ ପୁନିଆ, ସାକ୍ଷୀ ମଲିକଙ୍କ ନେତୃତ୍ବରେ ଦିଲ୍ଲୀ ଜନ୍ତର ମନ୍ତରରେ ଏବେ ବି ଜାରି ରହିଛି ଧାରଣା ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ