The Topmost

“The eyes believe themselves, the ears believe other people.”

ଆକ୍ରମଣ ଆଶଙ୍କାରେ କାଶ୍ମୀରର ରଜୌରୀ ଏବଂ ପୁଞ୍ଚରେ ହାଇଆଲର୍ଟ

କାଶ୍ମୀରର ରଜୌରୀ ଏବଂ ପୁଞ୍ଚରେ ହାଇଆଲର୍ଟ । ଆତଙ୍କବାଦୀ ଆକ୍ରମଣ ଆଶଙ୍କାରେ ହାଇଆଲର୍ଟ ଘୋଷଣା କରାଯାଇଛି । ଆତଙ୍କବାଦୀ ସେନା କ୍ୟାମ୍ପ, ଥାନା ଅଥବା ଧାର୍ମିକସ୍ଥଳରେ ଆକ୍ରମଣ କରିବା ନେଇ ସତର୍କ କରାଯାଇଛି । ତେବେ ମିଳିଥିବା ସୂଚନା ଅନୁସାରେ ସୀମାପାରରୁ ଆତଙ୍କବାଦୀ ଦଳ ରଜୌରୀ-ପୁଞ୍ଚରେ ପ୍ରବେଶ କରିସାରିଛନ୍ତି । ଏଥିରେ ମୋଟ ୬ ଜଣ ଆତଙ୍କବାଦୀ ରହିଛନ୍ତି । ସମସ୍ତେ ଲସ୍କର-ଏ-ତୋଏବାର ସଦସ୍ୟ । ରଜୌରୀରେ ତିନିଦିନ ପୂର୍ବରୁ ସେନା ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ତେବେ ସେହି ସମୟରେ ୩ରୁ ୪ ଆତଙ୍କବାଦୀ ସେଠାରୁ ଖସିଯାଇଥିଲେ । ସେପଟେ ଗୁଳିବିନିମୟରେ ୨ ଜଣ ନିହତ ହୋଇଥିଲେ । ଗୁଳିବିନିମୟରେ ଦେଶର ୪ ଯବାନ ସହିଦ ହୋଇଥିଲେ । ସେନା କ୍ୟାମ୍ପ ନିକଟରେ ଏହି ଆକ୍ରମଣ ହୋଇଥିଲା ।