ବଢିଲା ଭାରତୀୟ ବାୟୁସେନାର ଶକ୍ତି । ପୂରା ଦେଶ ଚନ୍ଦ୍ରଯାନ-୩ର ସଫଳତାରେ ଉତ୍ସବମୁଖର ହୋଇଥିବା ବେଳେ ଭାରତ ସାମରିକ କ୍ଷେତ୍ରରେ ନିଜର ପରାକ୍ରମ ଦେଖାଇଛି । ସ୍ୱଦେଶୀ ନିର୍ମିତ ତେଜସ ବିମାନରୁ ଅସ୍ତ୍ର ମିସାଇଲର ସଫଳ ପରୀକ୍ଷଣ କରିଛି । ୨୦ ହଜାର ଫୁଟ୍ ଉପରୁ ତେଜସ ବିମାନରୁ ଏହି ସଫଳ ପରୀକ୍ଷଣ ହୋଇଛି । ଯାହା କେବଳ ଟାର୍ଗେଟକୁ ଭେଦ କରିନି ବରଂ ଯେଉଁ ଉଦ୍ଦେଶ୍ୟରେ ପରୀକ୍ଷଣ ହୋଇଥିଲା ତାହାକୁ ପୂରା କରିଛି । ଏହା ଏମିତି ଏକ ଅତ୍ୟାଧୁନିକ ମିସାଇଲ ଯାହା ଆକାଶପଥରୁ ଆକାଶପଥରେ ଥିବା ଟାର୍ଗେଟକୁ ନଷ୍ଟ କରିବାରେ ସକ୍ଷମ । କେବଳ ଏତିକି ନୁହେଁ, ସୁପରସୋନିକ ମିସାଇଲକୁ ମଧ୍ୟ ଏହା ନଷ୍ଟ କରିବାରେ ମାହିର । ଏହାକୁ ଡିଆରଡିଏଲ, ଆରସିଆଇ ଏବଂ ଅନ୍ୟ ଅନ୍ୟ ପ୍ରତିରକ୍ଷା ପ୍ରତିଷ୍ଠାନ ଦ୍ୱାରା ଡିଜାଇନ ଓ ବିକଶିତ କରାଯାଇଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍