ଖୋର୍ଦ୍ଧାରେ ଖୋଲିଛି ପୂର୍ବ ଭାରତର ପ୍ରଥମ ତଥା ଦେଶର ଦ୍ୱିତୀୟ ସ୍କ୍ରାପିଂ ୟୁନିଟ୍ । ଏଣିକି ରାସ୍ତାରେ ଆଉ ଗଡିବନି ୧୫ ବର୍ଷର ପୁରୁଣା ଗାଡି । ଏଠାରେ ସବୁ ପୁରୁଣା ଗାଡିଗୁଡିକୁ ସ୍କ୍ରାପିଂ କରାଯାଇ ତାର ଉଚିତ ମୂଲ୍ୟ ଦିଆଯିବ । ଟାଟା ମୋଟର୍ସ ସହଯୋଗରେ ଖୋର୍ଦ୍ଧାର କୁମାରବସ୍ତରେ ଆରମ୍ଭ ହୋଇଛି ଏହି ସ୍କ୍ରାପିଂ ୟୁନିଟ । ଏହାକୁ ଉଦଘାଟନ କରିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଏଠାରେ ପୁରୁଣା ଗାଡି ଗୁଡିକୁ ସ୍କ୍ରାପିଂ କରାଯାଇ ତାର ଉଚିତ ମୂଲ୍ୟ ପ୍ରଦାନ କରାଯିବା ସହିତ ନୂଆ ଯାନ କିଣିଲା ବେଳେ ଅନେକ ସୁବିଧା ସୁଯୋଗ ମିଳିବ । ରାଜ୍ୟର ସବୁ ଅଞ୍ଚଳର ପୁରୁଣା ଯାନଗୁଡିକୁ ଏଠାରେ ସ୍କ୍ରାପିଂ କରାଯିବ । ପ୍ରଥମ ଦଫାରେ ସମସ୍ତ ସରକାରୀ ପୁରୁଣା ଯାନଗୁଡିକର ସ୍କ୍ରାପିଂ ଆରମ୍ଭ ହୋଇଛି । ଏଥିପାଇଁ ଅତ୍ୟାଧୁନିକ ମେସିନ କାମ କରିବା ସହ ଉନ୍ନତ ବୈଷୟିକ କୌଶଳ କାର୍ଯ୍ୟକାରୀ କରାଯାଉଛି । ତେବେ ଏହା ଫଳରେ ପୁରୁଣା ଗାଡିଗୁଡିକୁ ରାସ୍ତାରୁ ହଟାଯିବା ସହିତ ବାୟୁ ପ୍ରଦୂଷଣକୁ ରୋକାଯାଇପାରିବ ।
More Stories
ମହିଳାଙ୍କୁ ଦେଖି ଉଲଗ୍ନ ହେଉଛି ଯୁବକ, ସିସିଟିଭିରେ କଏଦ୍ ଅସଭ୍ୟ କାଣ୍ଡ
ସୁଭଦ୍ରା ପୋର୍ଟାଲରେ ବାହାରିଲା ଅଯୋଗ୍ୟ ଲିଷ୍ଟ, କିଏ ଦେଇଛି ବାଦ୍
ବାତ୍ୟା ବାଲେଶ୍ବରରେ କରିପାରେ ଲ୍ୟାଣ୍ଡଫଲ୍, ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା