August 14, 2025

ଆଇନର ସହାୟତା କେବଳ ସ୍ୱଚ୍ଛଳ ବର୍ଗର ଲୋକଙ୍କ ପାଇଁ ନହେଉ

ଆଇନର ସହାୟତା କେବଳ ସ୍ୱଚ୍ଛଳ ବର୍ଗର ଲୋକଙ୍କ ପାଇଁ ନହେଉ । ଗରିବ ଶ୍ରେଣୀର ଲୋକେ ମଧ୍ୟ ଏ ବାବଦରେ ସଚେତନତା ହେବା ସହିତ ସହାୟତା ପାଆନ୍ତୁ । ଏହା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ‘‘ଆଇନଗତ ସହାୟତାର ଉପଲବ୍ଧତା: ଦକ୍ଷିଣ ବିଶ୍ୱରେ ନ୍ୟାୟର ଉପଲବ୍ଧତାକୁ ମଜଭୁତ କରିବା’’ ଶୀର୍ଷକରେ ଆୟୋଜିତ ପ୍ରଥମ ଆଂଚଳିକ ସମ୍ମିଳନୀର ଉଦ୍ୟାପନୀ ଉତ୍ସବରେ ଅତିଥିଭାବେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହା କହିଛନ୍ତି ।ରାଷ୍ଟ୍ରପତି କହିଛନ୍ତି, ନ୍ୟାୟିକ ସହାୟତାକୁ ଅପେକ୍ଷା କରିଥିବା ଲୋକଙ୍କୁ ଏହା ଉପଲବ୍ଧ କରାଇବା ହେଉଛି ଯେକୌଣସି ଆଧୁନିକ ରାଷ୍ଟ୍ରର ଆଧାରଶୀଳା । ସମ୍ମିଳନୀରେ ଗ୍ଲୋବାଲ ସାଉଥ୍ରୁ ୬୯ଟି ଆଫ୍ରିକୀୟ-ଏସୀୟ-ପ୍ରଶାନ୍ତ ମହାସାଗରୀୟ ଦେଶର ପ୍ରତିନିଧି ଯୋଗ ଦେଇଥିବାରୁ ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଥିଲେ । ତେଣୁ ଏ କ୍ଷେତ୍ରରେ ଥିବା ପ୍ରତିବନ୍ଧକକୁ ଦୂର କରିବା ଆମର ପ୍ରମୁଖ କାର୍ଯ୍ୟ ବୋଲି ରାଷ୍ଟ୍ରପତି କହିଛନ୍ତି । ଏହି ଦୁଇଦିନିଆ ସମ୍ମିଳନୀର ଉଦ୍ୟାପନୀ ଉତ୍ସବରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

SHARE BY