୭ଟି ହାଇଡ୍ରୋଜେନ୍ ୟୁନିଟ୍ ଓ ରିଫାଇନାରୀ ବିକ୍ରି କରିବ ଆଇଓସିଏଲ । ଭାରତର ସର୍ବବୃହତ ତୈଳ କମ୍ପାନୀ ଆଇଓସିଏଲ ତାର ୭ଟି ହାଇଡ୍ରୋଜେନ୍ ଜେନେରେସନ୍ ୟୁନିଟ୍ ଓ ରିଫାଇନାରୀ ବିକ୍ରି କରିବ । ଏନେଇ ଆଇଓସିଏଲ ସହ ଦୁଇ ଜଣ ଅଧିକାରୀ ସୂଚନା ଦେଇଛନ୍ତି । ଏହି ବିକ୍ରି ଭାରତ ସରକାରଙ୍କ ଆସେଟ୍ ମନିଟାଇଜେସନ୍ ବା ମୁଦ୍ରାକରଣ ଯୋଜନାରେ ଅନ୍ତର୍ଭୁକ୍ତ ବୋଲି ସେମାନେ କହିଛନ୍ତି । ଆଇଓସିଏଲ ଚଳିତ ବର୍ଷ ଦୁଇଟି ହାଇଡ୍ରୋଜେନ୍ ଜେନେରେସନ୍ ୟୁନିଟ୍ ବିକ୍ରି କରିବା ନେଇ ଯୋଜନା କରିଛି । ସଂସ୍ଥା ପ୍ଲାଣ୍ଟର ୧୦୦ ପ୍ରତିଶତ ଷ୍ଟେକ୍ ବିକ୍ରି କରିବ । ଏହି ୟୁନିଟରେ ବର୍ଷକୁ ୭୦ ହଜାର ଟନ୍ ହାଇଡ୍ରୋଜେନ୍ ବା ଉଦଜାନ ସୃଷ୍ଟି କରାଯାଏ । ଏହା ଗୁଜୁରାଟ ରିଫାଇନାରୀରେ ରହିଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା