The Topmost

“The eyes believe themselves, the ears believe other people.”

ଆଇଇଡି ବିସ୍ଫୋରଣରେ ଯବାନ ଆହତ

ଛତିଶଗଡ଼ ବିଧାନସଭା ଭୋଟ ଚାଲିଥିବା ବେଳେ ମାଓ ହିଂସା । ଆଇଇଡି ବିସ୍ଫୋରଣରେ ଜଣେ ଯବାନ ଆହତ । ସୁକମାର ତୋଣ୍ଡାମାର୍କା ଅଂଚଳରେ ଘଟିଥିଲା ଏ ବିସ୍ଫୋରଣ । ନିର୍ବାଚନ ଡ୍ୟୁଟିରେ ମୁତୟନ ଥିଲେ ଆହତ ସିଆରପିଏଫ୍ କୋବ୍ରା ବାଟାଲିୟନର ଯବାନ । ସିଆରପିଏଫ ୨୦୬ ବାଲାଟିୟନରେ କାର୍ଯ୍ୟରତ ଇନ୍ସପେକ୍ଟର ଶ୍ରୀକାନ୍ତ ସଦଳବଳ ପାଟ୍ରୋଲିଂରେ ଯାଉଥିବାବେଳେ ଏଲମାଗୁଣ୍ଡା ଗାଁ ନିକଟରେ ଆଇଇଡି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ପରେ ଯବାନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ପ୍ରଥମ ପର୍ଯ୍ୟାୟ ଭୋଟ ଲାଗି ଡ୍ୟୁଟିରେ ଯାଉଥିବାବେଳେ ଆଇଇଡି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଘଟିଥିବା ଏହି ଅଞ୍ଚଳ କୋଣ୍ଟା ବିଧାନସଭା ନିର୍ବାଚନମଣ୍ଡଳୀ ଅଧିନରେ ରହିଛି । ତେବେ ଭୋଟ୍ ପୂର୍ବରୁ ଛୋଟା ବେଠିଆ ଥାନା ଅଂଚଳରେ ତିନି ଜଣ ଗ୍ରାମବାସୀଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରି ଗାଁ ମୁଣ୍ଡରେ ଫିଙ୍ଗି ଦେଇଥିଲେ ମାଓବାଦୀ ।