The Topmost

“The eyes believe themselves, the ears believe other people.”

ଅହମ୍ମଦାବାଦ ହସ୍ପିଟାଲରେ ମୋଦିଙ୍କ ମାଆ ହୀରାବେନ

ବିଗିଡ଼ିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଆ ହୀରାବେନଙ୍କ ସ୍ୱାସ୍ଥ୍ୟବସ୍ଥା । ଅହମ୍ମଦାବାଦ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ତାଙ୍କର ଏବେ ଚିକିତ୍ସା ଚାଲିଛି । ହସ୍ପିଟାଲ ପକ୍ଷରୁ ବୟାନ ଜାରି କରି କୁହାଯାଇଛି ଯେ ଏବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି । ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଋଷିକେଶ ପଟେଲ ହୀରାବେନଙ୍କ ହାଲଚାଲ ଜାଣିବା ପାଇଁ ୟୁଏନ ମେହତା ହସ୍ପିଟାଲରେ ପହଞ୍ଚିଥିଲେ । ଏକ ଡାକ୍ତରୀ ଟିମ୍ ଲଗାତର ଭାବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି । ସେପଟେ ମା’ ଅସୁସ୍ଥ ଥିବା ଖବର ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଢେ ତିନିଟାରେ ଅହମ୍ମଦାବାଦ ପହଂଚିଥିଲେ । ଏବଂ ସେଠାରୁ ସିଧାସଳଖ ମେଡିକାଲ ଯାଇଥିବା ସୂଚନା ମିଳିଛି ।