ଅସହ୍ୟ ତାତି ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ବସ୍ତି । କାଳବୈଶାଖୀ ବର୍ଷା ପରେ ପାଗରେ ପରିବର୍ତ୍ତନ । କିଛି ସ୍ଥାନରେ ବର୍ଷା ପରେ ସାମାନ୍ୟ ହ୍ରାସ ପାଇଛି ତାପମାତ୍ରା । ସେହିପରି ରାଜଧାନୀ ଭୁବନେଶ୍ବରରେ କୋହଲା ପାଗ ହୋଇଛି । ଆଗାମୀ ୩ ଘଣ୍ଟା ପାଇଁ ମୟୂରଭଞ୍ଜ, କେନ୍ଦୁଝର ଓ ରାୟଗଡ଼ା ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା, ପବନ ସହ ବଜ୍ରପାତ ଆଶଙ୍କା ରହିଛି । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ରହିବ । ୨୩ ତାରିଖ ପରେ ଘୂର୍ଣ୍ଣବଳୟ ସୃଷ୍ଟି ସମ୍ଭାବନା ଥିବା ବେଳେ ଏହା ପ୍ରଭାବରେ ବର୍ଷା ହେବା ଅନୁମାନ କରାଯାଉଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା