February 13, 2026

ଅସରାଏ ବର୍ଷାରେ ଧୋଇଗଲା ବୁଲେନ୍ଦଖଣ୍ଡ ଏକ୍ସପ୍ରେସ-ୱେ

ବୁଲେନ୍ଦଖଣ୍ଡ ଏକ୍ସପ୍ରେସ-ୱେ ଆରମ୍ଭ ହେବାର ୫ ଦିନ ପୂରି ନ ଥିବା ବେଳେ ରାସ୍ତା ଦବି ଯାଇଛି । ଉଦ୍‌ଘାଟନର ୫ ଦିନରେ ହିଁ କାମ କେମିତି ହୋଇଛି ତାହା ସର୍ବସମ୍ମୁଖକୁ ଆସିଛି। ଜାଲୌନଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଲେନ୍ଦଖଣ୍ଡ ଏକ୍ସପ୍ରେସ ୱେକୁ ଜୁଲାଇ ୧୬ ରେ ଉଦ୍‌ଘାଟନ କରିଥିଲେ। ଲୋକାର୍ପଣ ପୂର୍ବରୁ କୁହାଯାଉଥିଲା ଯେ ବୁଲେନ୍ଦଖଣ୍ଡ ଏକ୍ସପ୍ରେସ ୱେକୁ ସବୁଠୁ ମଜବୁତ ରାସ୍ତା ଭାବେ ଉଦାହରଣ ଦିଆଯିବ। କିନ୍ତୁ ହାଲକା ବର୍ଷାରେ ଏହାର କାର୍ଯ୍ୟ କେତେ ଦୃଢ଼ ତାହାର ଗୁମର ଖୋଲିଯାଇଛି। ଦେଶର ବଡ଼ ବଡ଼ ସୁନାମଧନ୍ୟ ଇଞ୍ଜିନିୟରଙ୍କ ଠାରୁ ପରାମର୍ଶ ନେଇ ଏହି ଏକ୍ସପ୍ରେସ ୱେ ତିଆରି କରାଯାଇଥିଲା। କିନ୍ତୁ ଅସରାଏ ବର୍ଷାରେ ଏହି ରାସ୍ତାର ନିମ୍ନମାନର କାମ ପଦାକୁ ଆସିଛି। ବର୍ଷାରେ ଏହି ରାସ୍ତାର ଏକ ଅଂଶ ଧୋଇଯାଇଛି ।

SHARE BY