ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବଡ଼ ଘୋଷଣା । ୫୦୦ ଟଙ୍କାରେ ମିଳିବ ଏଲପିଜି ଗ୍ୟାସ । ଆସନ୍ତାବର୍ଷ ରାଜସ୍ଥାନ ବିଧାନସଭା ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏପରି ଏକ ବଡ଼ ଘୋଷଣା କରିଛନ୍ତି । ରାଜସ୍ଥାନରେ ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ଏବଂ ଉଜ୍ଜ୍ୱଳା ଯୋଜନାରେ ପଞ୍ଜୀକୃତ ହୋଇଥିବା ଲୋକମାନଙ୍କ ପାଇଁ ଆସନ୍ତା ଏପ୍ରିଲ ୧, ୨୦୨୩ରୁ ଏଲପିଜି ସିଲିଣ୍ଡର ମାତ୍ର ୫୦୦ ଟଙ୍କାରେ ମିଳିବ । ଏହି ସମୟରେ କେନ୍ଦ୍ରର ଉଜ୍ଜଳା ଯୋଜନାକୁ ନେଇ ଟାର୍ଗେଟ କରିଛନ୍ତି ଅଶୋକ ଗେହଲଟ । ସେ କହିଛନ୍ତି, କେନ୍ଦ୍ରର ଉଜ୍ଜ୍ୱଳା ଯୋଜନାରେ କେହି ଏଲପିଜି କିଣୁନାହାନ୍ତି । କାରଣ ଏଲପିଜି ଦର ୪୦୦ ଟଙ୍କାରୁ ବୃଦ୍ଧି ପାଇ ୧୦୪୦ ଟଙ୍କାରେ ପହଞ୍ଚିଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ