ଅଲିଭ୍ ରିଡଲେଙ୍କ ପାଇଁ ପୁରୀ ଜିଲ୍ଲା ବନ୍ୟପ୍ରାଣୀ ଉପଖଣ୍ଡର ପଦକ୍ଷେପ । ବିରଳ ଅଲିଭ୍ ରିଡଲେଙ୍କ ମିଳନ ଋତୁ ଆସିଛି । ଏଥିପାଇଁ ପୁରୀ ଜିଲ୍ଲା ବନ୍ୟପ୍ରାଣୀ ଉପଖଣ୍ଡ ପକ୍ଷରୁ ସମୁଦ୍ରରେ ମାଛ ଧରା ଉପରେ କଟକଣା ଲାଗିଛି । ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲଗାଯାଇଛି । ଏହା ସହ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସମୁଦ୍ରକୂଳରେ କଇଁଛ କୁଡିଆ ନିର୍ମାଣ ହେବା ସହ ରାତ୍ରି ପେଟ୍ରୋଲିଂ ପାଇଁ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଅଲିଭ୍ ରିଡଲେ କଇଁଛମାନେ ହଜାର ହଜାର କିଲୋମିଟର ଦୂରରୁ ଗହୀରମଥାର ଋଷିକୂଲ୍ୟା ମୁହାଣ ଏବଂ ଅସ୍ତରଙ୍ଗର ଦେବୀ ନଦୀ ମୁହାଁଣକୁ ଆସି ଅଣ୍ଡାଦାନ କରିଥାନ୍ତି । ଏଥିପାଇଁ ଚାରିଟି କଇଁଛ କୁଡିଆ ସହ ହାଚେରୀ ନିର୍ମାଣ କାମ ଆରମ୍ଭ ହୋଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା