ଗଞ୍ଜାମର ବିସ୍ତୀର୍ଣ୍ଣ ବେଳାଭୂମିରେ ଗଣ ଅଣ୍ଡାଦାନ କରିବେ ଅଲିଭ ରିଡ଼ଲେ । ତେବେ କଇଁଛଙ୍କ ସୁରକ୍ଷା ପାଇଁ ବନ ବିଭାଗ ସଜାଗ ଥିବା ବେଳେ ଏଫଏଫଏମଏ ଆପ ଜରିଆରେ କିଭଳି କଇଁଛଙ୍କୁ ସୁରକ୍ଷା ଦିଆଯାଇପାରିବ ସେନେଇ ଉଦ୍ୟମ ଆରମ୍ଭ ହୋଇଛି । ମତ୍ସ୍ୟଜୀବୀ ଓ ଡଙ୍ଗା ମାଲିକଙ୍କୁ ସଚେତନ କରୁଛନ୍ତି ବନ ବିଭାଗ ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ । ଏହି ଆପ୍ ମୋବାଇଲରେ ରହିଲେ ସମୁଦ୍ର ଭିତରେ କେଉଁଠି ନୋ ଫିସିଙ୍ଗ ଜୋନ ରହିଛି ତାହା ଜାଣିହେବ । ଆଉ ନୋ ଫିସଙ୍ଗ ଜୋନକୁ ଗଲେ ଏହି ଆପ ଆଲର୍ଟ କରିଥାଏ । ବନ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀ ମାନଙ୍କୁ ନୋ ଫିସିଙ୍ଗ ଜୋନକୁ ଯିବାରେ କଟକଣା ଜାରି କରାଯାଇଛି । ତଥାପି ମତ୍ସ୍ୟଜୀବୀ ମାନେ ସେଠାକୁ ଜାଣି ନପାରି ଚାଲିଯାଉଛନ୍ତି । ଯାହାଫଳରେ କଇଁଛ ମାନଙ୍କର ଅଧିଂକାଶ ସମୟରେ ମୃତ୍ୟୁ ହୋଇଥାଏ । ତେଣୁ ଏହି ଆପ୍ ମତ୍ସ୍ୟଜୀବୀଙ୍କ ପାଇଁ ବେଶ ସହାୟକ ହେବ ଆଉ କଇଁଛ ମାନଙ୍କୁ ମଧ୍ୟ ସୁରକ୍ଷା ମିଳିପାରିବ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ